Breaking News

ସାକ୍ଷୀଗୋପାଳ ରେଳ ଓଭରବ୍ରିତ ନିର୍ମାଣକୁ ବିରୋଧ କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧ୍ୟେଶରେ ଏକ ଦାବିପତ୍ର


 ସାକ୍ଷୀଗୋପାଳ -----  ସାକ୍ଷୀଗୋପାଳ ରେଳୱେ ପକ୍ଷରୁ ବଜାର ମଧ୍ୟରେ ଯାଇଥିବା ରେଳ ଫାଟକ ଉପରେ ଏକ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏହି ଓଭରବ୍ରିଜ ନିର୍ମାଣକୁ ନେଇ ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି । ଏହି ଓଭରବ୍ରିଜ ନିର୍ମାଣ ହେଲେ ପ୍ରାୟ ୭ଶହ ଛୋଟ ବଡ ଦେକାନୀ ରୋଜଗାର କ୍ଷମ ହରାଇବେ । ଯାହାଫଳରେକି ବ୍ୟବସାୟ ଉପରେ ନିର୍ଭର କରି ଚଳୁଥିବା ପରିବାର ଭୋକ ଉପାସରେ ବା ଦାଦନ ଯିବାକୁ ବାଧ୍ୟ ହେବେ । ବଜାର ମଧ୍ୟରେ ରେଳ ଓଭରବ୍ରିଜ ନିର୍ମାଣ ନ କରି ବାଇପାସରେ ଓଭରବ୍ରିଜ ନିର୍ମାଣ କରିବାକୁ ବ୍ୟବସାୟୀ ସଂଘ ଦାବି କରିଛନ୍ତି । ଏହି ଅଳ୍ପ ଦିନ ତଳେ ବିଭାଗୀୟ ସଚ୍ଚିବ ଓଭରବ୍ରିଜ ନିର୍ମାଣ ସ୍ଥଳ ପରିଦର୍ଶନ କରିକି ଯିବା ପରେ ଏବେ ତରବରିଆ ଭାବେ ଜମି ମାପଚୁପ କରାଯିବା ସହ ଚିହ୍ନଟ କରାଯାଇଛି । ସାକ୍ଷୀଗୋପାଳ ଡାକ୍ରଖାନା ଛକ ଠାରୁ ରତ୍ନଚିରା ବ୍ରିଜ ପର୍ଯ୍ୟନ୍ତ ମାପ କରାଯାଇଛି । ଯାହା ଫଳରେକି ସାକ୍ଷୀଗୋପାଳ ବଜାର ସମ୍ପୁର୍ଣ୍ଣ ଧ୍ୱସଂ ହୋଇଯିବ । ଯଦି ଏଠାରେ ବ୍ରିଜ ନିର୍ମାଣ କରାଯିବା ଆବଶ୍ୟକ  ତାହେଲେ ଆଗ ବ୍ୟବସାୟୀ ମାନଙ୍କୁ ଆଗ ଥଇଥାନ ନ କରି ବା ବ୍ୟବସାୟୀ ସଂଘ ସହିତ ଆଲେଚନା ନକରି, ବାଇପାସ ରାସ୍ତା ଅନୁଧ୍ୟାନ ନ କରି ଅତିତରବରିଆ ଭାବେ ଏହି ନିସ୍ପତି ନିଆଯାଇଛି ବୋଲି ବ୍ୟବସାୟୀ ସଂଘ ଅନୁଭବ କରିଛି । ଏହାକୁ ଗ୍ରହଣ କରି ଆଉଥରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ସାକ୍ଷୀଗୋପାଳ ବ୍ୟବସାୟୀ ସଂଘ ନିବେଦନ କରିଛି । ଏହି ଅବସରରେ  ବ୍ୟବସାୟୀ ସଂଘର ନିସ୍ପତି ଅନୁସାରେ ଆଜି ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନ ଗୁଡିକ ବନ୍ଦ କରି ଏକ ଶୋଭାଯାତ୍ରାରେ ବାହାରି ସାକ୍ଷୀଗୋପାଳ ତହସିଲ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । ସେଠାରେ ତହସିଲଦାର ମନୋଜ କୁମାର ନାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଶୋଭାଯାତ୍ରା ବ୍ୟବସାୟୀ ସଂଘର ସଭାପତି ବୀରେନ୍ଦ୍ର ଭୂଷଣ ହୋତାଙ୍କ ସଭାପତିତ୍ୱରେ ବାହାରିଥିବା ବେଳେ ଉପସଭାପତି ଶଙ୍କର ପ୍ରଧାନ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ,  ସହ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୨/୨୦୨୧----୧୧,୩୦

Blog Archive

Popular Posts