ଭାରସାମ୍ୟ ହରାଇ ସାଇକେଲ ସହ ପାଣିରେ ପଡି ଯୁବକର ମୃତ୍ୟୁ
ଡେଲାଙ୍ଗ -------ଡେଲାଙ୍ଗ ଥାନା ଅନ୍ତର୍ଗତ ଅଲଉତା ଗ୍ରାମର ସୁଭେନ୍ଦୁ ପଟ୍ଟନାୟକ କେନାଲରେ ପଡି ମୃତ୍ୟୁ ହୋଇଥିବା ଡେଲାଙ୍ଗ ଥାନା ସୁତ୍ରରୁ ପ୍ରକାଶ । ସୁଚନା ଯୋଗ୍ୟ ଯେ ଶ୍ରୀ ପଟ୍ଟନାୟକ ଏକ ଘରୋଇ ସଂସ୍ଥାରେ କାମ କରନ୍ତି । ପ୍ରତିଦିନ ପରି ସେ କାମ ସାରି ଘରକୁ ନିଜ ସାଇକେଲରେ ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ ଡେଲାଙ୍ଗ - ଅଳଉତା ରାସ୍ତାର ଡେଲାଙ୍ଗ ମାଇନର କେନାଲରେ ପଡି ତାଙ୍କର ମୃତ୍ୟୁ ହୋଇଯାଇଛି । କେନାଲରେ ପାଣି ଥିବାରୁ ପାଣିରେ ମୁହଁ ମାଡି ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ତାଙ୍କ ପରିବାର ପକ୍ଷରୁ ଅନୁମାନ କରାଯାଇଥିବା ଜଣାପଡିଛି । ସୋମବାର ସକାଳେ ଲୋକମାନେ ଦେଖି ଡେଲାଙ୍ଗ ଥାନାକୁ ଖବର ଦେବା ସହ ତାଙ୍କ ଘରକୁ ଜଣାଇଥିଲେ । ଡେଲାଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ କେସରୁଜ କରି ଶବ ବ୍ୟବଛେଦ ନିମନ୍ତେ ପୁରୀ ପଠାଇଛନ୍ତି । ତୁରନ୍ତ ଉକ୍ତ ଦିନ ମଜୁର୍ରୀା ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଗ୍ରାମାବସୀଙ୍କ ପକ୍ଷରୁ ଦାବି ହେଉଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୧---୬,୦୦