Breaking News

ଛାତ୍ରଛାତ୍ରୀଙ୍କୁ ମିଳିଲା “ପରୀକ୍ଷା ଦର୍ପଣ” ଟେଷ୍ଟ ପେପର


 ସାକ୍ଷୀଗୋପାଳ --------ରାଜ୍ୟରେ କରୋନାଯୋଗୁ ସବୁ ଠପ ହୋଇପଡିଥିଲା । ଏଥିରୁ ବାଦ ପଡିନଥିଲା ଶିକ୍ଷା । ଆଠମାସ ଧରି ବିଦ୍ୟାଳୟ ବନ୍ଦ ରହିଥିଲା । ପ୍ରଥମ ପର୍ଯ୍ୟାୟରେ କେବଳ ଦଶମ ଶ୍ରେଶୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଶିକ୍ଷା ଦାନର ସୁଯୋଗ ମିଳିଛି । ପିଲାଙ୍କ ପାଠ ପଢ଼ାରେ ଘୋର ବ୍ୟାଘତ ସୃଷ୍ଟି ହୋଇଥିବାରୁ ଏହାକୁ ନଜର କରି କରୋନା ଗାଇଡଲାଇନ ଅନୁଯାୟୀ ବିଦ୍ୟାଳୟରେ ଶିକ୍ଷା ଦାନ ଚାଲିଛି । ବହୁ କମ ସମୟ ମଧ୍ୟରେ ପିଲା ମାନେ ମାଟ୍ରିକ ପରୀକ୍ଷା ଦେବେ ।  ରାଜ୍ୟ ବିଦ୍ୟାଳୟ ଗଣଶିକ୍ଷା  ବିଭାଗ ପକ୍ଷରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ “ ପରୀକ୍ଷା ଦର୍ପଣ” ନାମକ ଏକ ଟ୍ରେଷ୍ଟ ପେପର ପ୍ରସ୍ତୁତି କରି ସମସ୍ତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ପିଲା ମାନଙ୍କୁ ଦିଆଯାଇଛି । ଛାତ୍ରଛାତ୍ରୀ ମାନେ ମେ ମାସରେ ହେବାକୁ ଥିବା ମାଟ୍ରିକ ପରୀକ୍ଷା ପାଇଁ  ସମ୍ପୁର୍ଣ୍ଣ ପ୍ରସ୍ତୁତ ହୋଇ ପାରିବେ ଏହି ଟ୍ରେଷ୍ଟ ପେପର ପୁସ୍ତକଟି ବହୁ ଫଳ ପଦ ହୋଇ ପାରିବ ବୋଲି ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହିତ ଛାତ୍ର ଛାତ୍ରୀ ମାନେ ଆଶା ରଖିଛନ୍ତି । ଏହି ଅବସରରେ ସତ୍ୟବାଦୀ ବ୍ଳକର କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ଶୁକ୍ରବାର ଦିନ ଏହି ଟ୍ରେଷ୍ଟ ପେପର ପ୍ରଦାନ କରାଯାଇଛି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର, ସହକାରୀ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପୂଣ୍‌ର୍ଣଚନ୍ଦ୍ର ତ୍ରିପାଠୀ, କମଲ ଲୋଚନ ନାୟକ, ଉମାକାନ୍ତ ନାୟକ ଓ ବିଶ୍ୱଜିତି ପ୍ରଧାନଙ୍କ ସହିତ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ସତ୍ୟବାଦୀ ବ୍ଳକର ସମସ୍ତ ହାଇସ୍କୁଲ ମାନଙ୍କରେ ଏହି ଟ୍ରେଷ୍ଟ ପେପର ପ୍ରଦାନ କରାଯାଇଥିବା ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୧---୯,୪୦

Blog Archive

Popular Posts