ଭାର୍ଗବୀ-ରତ୍ନଚିରା ଜଳ ନିଷ୍କାସନ ନୂଆଗାଁ ଖଳାସି ନାଳର ପୁନରୁଦ୍ଧାର ଓ ପାଳପୋଛି ଠାରେ ପୋଲ ନିର୍ମାଣ ପାଇଁ ଶିଳାନ୍ୟାସ
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକର ପ୍ରାୟ ୧୦ ଗୋଟି ଗ୍ରାମ ପଞ୍ଚାୟତ ବନ୍ୟା ବା ବର୍ଷ ଦିନରେ ଚାଷ ଜମିରେ ପାଣି ନିଷ୍କାସନ ନ ହୋଇ ପାରି ଶହ ଶହ ଏକର ଧାନ ଜମି ନଷ୍ଟ ହୋଇଥାଏ । ଏହାକୁ ନେଇ ବାରମ୍ବାର ଚାଷୀ ମାନେ ଆନ୍ଦୋଳନ ସହ ବିଧାୟକଙ୍କୁ ଜଣାଇଥିଲେ । ସତ୍ୟବାଦୀ ବିଧାୟକ ଏହି ଘଟଣାକୁ ଗୁରୁତର ସହ ନେଇ ଏକ ଉଚ୍ଚ ସ୍ତରୀୟ ଟିମ ତଦନ୍ତ କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ଜଳ ସମ୍ପଦ ବିଭାଗ ପକ୍ଷରୁ ୩କୋଟି ୬୫, ୮୧ ହଜାର ୫ଶହ ଟଙ୍କା ଅନୁମୋଦନରେ ଭାର୍ଗବୀ- ରତ୍ନଚିରା ଜଳ ନିଷ୍କାସନ ପ୍ରଶାଳୀର ନୂଆଗାଁ ଦକ୍ଷିଣ ପାଣ୍ୱର୍ ଖଲାସି ନାଳର ପୁନରୁଦ୍ଧାର କରାଯିବା ସହ ପାଳପୋଛି ଠାରେ ଏକ ପୋଲ ନିର୍ମାଣ କରାଯିବା ପାଇଁ ଶୁକ୍ରବାର ଅପରାହ୍ନରେ ଭିତ୍ତିପ୍ରସ୍ତର ହୋଇଯାଇଛି । ଜଳ ସମ୍ପଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁ ନନ୍ଦନ ଦାସ ଓ ସତ୍ୟବାଦୀ ବିଧାୟକ ଉମାକାନ୍ତ ସମାନ୍ତରାୟଙ୍କ କରକମଳରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ପାଳପୋଛି ଠାକୁରାଣୀଙ୍କ ନିକଟ ପଡିଆରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ରଘୁ ନନ୍ଦନ ଦାସ ଯୋଗଦେଇ କହିଥିଲେ ସତ୍ୟବାଦୀର ସର୍ବାଙ୍ଗ ଉନ୍ନତୀ ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଦାୟତ୍ୱ ନେଇଛନ୍ତି । ଏହି ପ୍ରକଳ୍ପ କାମ ଦଶମାସ ମଧ୍ୟରେ ସରିବ ବୋଲି ମନ୍ତ୍ରୀ କହିଥିଲେ । ସତ୍ୟବାଦୀର ବିକାଶ ପାଇଁ ଯୁବ ବିଧାୟକ ଶ୍ରୀ ସମାନ୍ତରାୟ ସବୁବେଳେ ସବୁ ସମୟରେ ଚେଷ୍ଟିତ ବୋଲି ମନ୍ତ୍ରୀ କହିଥିଲେ । ବିଶେଷ କରି ବିଧାୟକଙ୍କ କାର୍ଯ୍ୟକ୍ରମକୁ ମନ୍ତ୍ରୀ ପ୍ରସଂଶା କରିଥିଲେ । ବିଧାୟକ ଶ୍ରୀ ସମାନ୍ତରାୟ ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟମରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଜିଲ୍ଲା ପରିଷଦସଭ୍ୟ ଧୃବ ଚରଣ ଦାଶ, ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ମୁଖ୍ୟଯନ୍ତ୍ରୀବିକ୍ରମ କେଶରୀ ସ୍ୱାଇଁ, ନିର୍ବାହୀଯନ୍ତ୍ରୀ ଭଗବାନ ଚନ୍ଦ୍ର ଦାଶ, ଅଧିକ୍ଷଣ ଯନ୍ତ୍ରୀ ସନ୍ତୋଷ କୁମାର ସ୍ୱାଇଁ ଓ ସାଂସଦଙ୍କ ପ୍ରତିନିଧି ବିଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ବିରାଟ ଏକ ପଟୁଆରେ ମନ୍ତ୍ରୀ ଓ ବିଧାୟକଙ୍କୁ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ସଭାପତି ପ୍ରମୋଦ କୁମାର ରାଉତରାୟ, ଆତ୍ମାର ସଭାପତି ରାମଚନ୍ଦ୍ର ମହାନ୍ତି, ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ସୁରେଶ କୁମାର ସାହୁ, ଶଙ୍କର ପ୍ରଧାନ, ସମିତିସଭ୍ୟ ପ୍ରଶାନ୍ତ ମହାପାତ୍ରଙ୍କ ସହିତ ବିଭିନ୍ନ ଗ୍ରାମ ପଞ୍ଚାୟତର ଜନପ୍ରତିନିଧି ମାନେ ପ୍ରମୁଖ ଉପସ୍ଥିତ ରହିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୫/୨/୨୦୨୧---୯,୪୦






