ହାନ୍ନା ତାଏକୋଣ୍ଡ ଛାତ୍ରଛାତ୍ରୀଙ୍କୁ ବେଲ୍ଟ ଓ ସାର୍ଟିପିକେଟ ପ୍ରଦାନ
ସାକ୍ଷୀଗୋପାଳ --------- ପୁରୀ ଜିଲ୍ଲା ତାଏକୋଣ୍ଡ ଆସୋସିଏସନ ପକ୍ଷରୁ ପାନ୍ଥନିବାସ ପରିସରରେ ଦ୍ୱତୀୟ ବାର୍ଷିକ ତାଇକୋଣ୍ଡ ବେଲ୍ଟ ପ୍ରମୋସନ ପରିକ୍ଷା ଜାନୁଆରୀ ମାସ ୨୫ ତାରଖରେ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷକ ଦୀପକକୁମାର ପ୍ରଧାନଙ୍କ ଦ୍ୱାରା ଏହି ପରିକ୍ଷା ପରିଚାଳିତ ହୋଇଥିଲା । ହାନ୍ନା ତାଇକୋଣ୍ଡ ଏକାଡେମୀ ଦ୍ୱାରା ପରିକ୍ଷା ପରିଚାଳନା କରାଯାଇଥିଲା । ଯେଉଁ ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ସଫଳତା ଲାଭ କରିଥିଲେ ସେମାନଙ୍କୁ ଓଡିଶା ତାଏକୋଣ୍ଡ ଆସୋସିଏସନର କୋଷାଧ୍ୟକ୍ଷ ତଥା ପୁରୀ ଜିଲ୍ଲା ତାଏକୋଣ୍ଡର ଅଧ୍ୟକ୍ଷ ବ୍ୟୋମକେଶ ଅଭିଳାଷ ପ୍ରସାଦ ଓ ହାନ୍ନା ତାଏକୋଣ୍ଡର ସତ୍ୟବାଦୀ ଶାଖାର ସମ୍ପାଦକ ସତ୍ୟବାନରାୟଣ ମିଶ୍ର ଓ କୋଚ ଦୀପକ କୁମାର ପ୍ରଧାନଙ୍କ ଉପସ୍ଥିତିରେ ସଫଳତା ଲାଭ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ହଳଦିଆ ଓ ଗ୍ରୀନ-୧ ବେଲ୍ଟ ଓ ସାର୍ଟିପିକେଟ ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସୁପିୟା ସାହୁ,ଆୟୁସମାନ ମିଶ୍ର, ଅମ୍ଳାନ ଜ୍ୟୋତି ବରାଳ, ତମନା ମିଶ୍ର, ଆୟୁସ ଗୌଡୁ, ସ୍ନେହା ଶ୍ରୀ ମହାନ୍ତି, ଓମପ୍ରକାଶ ପ୍ରଧାନ, ସ୍ମୃତିରେଖା ନାୟକ, ରୁଦ୍ରଦିତ୍ୟା ନାୟକ ପ୍ରମୁଖ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।




