Breaking News

ବକୁଳବନ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ


 ସାକ୍ଷୀଗୋପାଳ ------  ସାକ୍ଷୀଗୋପାଳ ବକୁଳବନ ସମାଧିପୀଠ ପରିସରରେ ବକୁଳବନ ମହୋତ୍ସବ କମିଟର ସ୍ଥାୟୀ ସଭାପତି ସାଧୁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବକୁଳବନ ମହୋତ୍ସବ ସହିତ ବକୁଳବନ ସୁରକ୍ଷା, ଉନ୍ନତି ଓ ବକୁଳବନରୁ ଲୋପ ପାଇଯାଉଥିବା ବୃକ୍ଷ ରାଜ ସମ୍ପକରେ ଆଲେଚନା କରାଯାଇଥିଲା । ବିଶେଷ କରି ବକୁଳବନରୁ ବଉଳ, ଛୁରିଆନା ଓ ଛତିଆଆମ୍ବ ଗଛ ଲୋପ ପାଉଥିବା ସମ୍ପକରେ ଅନୁଷ୍ଠାନର ଉପଦେଷ୍ଟା ସଚୀକାନ୍ତ ବିଶ୍ୱାଳ ଯୋଗଦେଇ ମତ ପ୍ରକାଶ କରିଥିଲେ । କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ରନାଥ ଷଡଙ୍ଗୀ ବକୁଳବନ ସ୍ମରଣୀକା ପାଇଁ ପଞ୍ଚସଖାଙ୍କ ଉପରେ ଲେଖା ଦେବାକୁ ପରାମର୍ଶ ଦେଇଥିଲେ । ବକୁଳବନ ମହୋତ୍ସବ କୋଭିଡ-୧୯ ଆଇନ ଅନୁଯାୟୀ ପାଳନ କରାଯିବା ପାଇଁ  ନିସ୍ପତି ଗ୍ରହଣ କରାଯାଇଥିଲା । ବକୁଳବନ ସୁରକ୍ଷା ଓ ବକୁଳବନ ସମ୍ପକରେ ଜନସଚେତନତା ସହିତ ପ୍ରଚାର ପ୍ରସାର କରିବା ଏହି ଅନୁଷ୍‌ାଂନର ମୁଖ୍ୟଲକ୍ଷ୍ୟ ବୋଲି ଜଜାତି ରାୟ କହିଥିଲେ । ସାମାଜିକ କର୍ମୀ ସୁନିଲ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସୁଧାଂଶୁ ଶେଖର ନାୟକ, ରବୀନ୍ଦ୍ର ନାଥ ଶତପଥୀ, ଗୋବିନ୍ଦ ଚନ୍ଦ୍ର ରଥ, ଲିଙ୍ଗରାଜ ବର, ପ୍ରଦୀପ ବିଶ୍ୱାଳ, ଭରତ ରାଉତ, ନିଲିମା ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୧----୧୦,୧୦

Blog Archive

Popular Posts