ପୁର୍ବ ଶତୃତାକୁ ନେଇ ମାରପିଟ ଜଣେ ଗିରଫ
ଡେଲାଙ୍ଗ ----- ଡେଲାଙ୍ଗ ଥାନା ଅନ୍ତର୍ଗତ ବଡ ଗୁଆଳିପଡା ଗ୍ରାମରେ ପୁର୍ବ ଶତୃତା ଓ ଜମିବାଡି ବିବାଦକୁ ନେଇ ମାରପିଟ ଘଟଣାରେ ଜଣେ ଅଭିଯୁକ୍ତକୁ ଡେଲାଙ୍ଗ ପୁଲିସ ଗିରଫ କରି କୋର୍ଟ ଚାଳଣ କରିଛି । ପୁଲିସ ସୁତ୍ର ରୁ ମିଳିଥିବା ଖବର ମୁତାବକ ଅଭିଯୋଗକାରୀ ବଡଗୁଆଳିପଡା ଗ୍ରାମର ମିନା ପ୍ରଧାନଙ୍କ ସହିତ ଟୁକୁ ପ୍ରଧାନଙ୍କ ପରିବାର ମଧ୍ୟରେ ପୁର୍ବ ଶତୁ ତା ଓ ଜମିବାଡି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା । ମିନା ପ୍ରଧାନଙ୍କ ବଡପୁଅ ତପନ ପ୍ରଧାନକୁ ଶରତ ପ୍ରଧାନ ଏକ ଲମ୍ବା ପେଚକସ୍ ରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିଲେ । ମିନାଙ୍କ ଲିଖିତ ଅଭିଯୋଗ କ୍ରମେ ଡେଲାଙ୍ଗ ପୁଲିସ ଏସଂକ୍ରାନ୍ତରେ ଏକ ୨୫/୨୧ରେ କେସ୍ ରୁଜୁ କରିବା ସହ ଆକ୍ରମଣ କରିଥିବା ଟୁକୁ ପ୍ରଧାନଙ୍କ ପୁଅ ଶରତ ପ୍ରଧାନ(୨୧)କୁ ଗିରଫ କରି କୋର୍ଟ ଚାଳଣ କରିଥିବା ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ପ୍ରକାଶ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୧----୧୦,୧୦