Breaking News

ଡେଲାଙ୍ଗରେ ବେଆଇନ କରତକଳ ଉପରେ ଜଙ୍ଗଲ ବିଭାଗର ଚଡାଉ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଶ ଜବତ; ୪ ଗିରଫ


 ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକରେ ବେଆଇନ ଭାବେ କରତକଳ ଚାଲିଥିବା ନେଇ ବାରମ୍ବାର ବନ ବିଭାଗ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇ ଆସୁଥିଲା । ଖୋର୍ଦ୍ଧା ଡି,ଏଫଓଙ୍କ ନିର୍ଦ୍ଧେଶ କ୍ରମେ ଆଜି ସକାଳ ୬ଟାରେ ଖୋର୍ଦ୍ଧା ଡିଭିଜନର ସ୍ୱତନ୍ତ୍ର ସ୍କାର୍ଡ  ସହ ୨ ପ୍ଳାଟୁନ ଫୋର୍ସ ସହ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଚଡାଉ କରାଯାଇଥିଲା । ସୁଚନା ଯୋଗ୍ୟଯେ ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମ ପଞ୍ଚାୟତର ହାକପଡା ଗ୍ରାମ ମୁଣ୍ଡରେ ଥିବା ବେଆଇନ କରତକଳ ଉପରେ ଚଡାଉ କରି ୧୦ ଖଣ୍ଡ ଶାଗୁଆନ କାଠ ଓ କର୍କଳର ବିଭିନ୍ନ ଯନ୍ତ୍ରାଶଂ ଜବତ କରିଛନ୍ତି । ଏବଂ କରତକଳରୁ ୪ଜଣଙ୍କୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛନ୍ତି । ସେମାନଙ୍କୁ କୋର୍ଟ ଚାଲଣ କରାଯିବ ବୋଲି ଡେଲାଙ୍ଗ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ଠାରୁ ସୁଚନା ମିଳିଛି । ଏହି ଚଡାଉ ସମୟରେ ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକ ଓ ମାଜିଷ୍ଟେଟ ଭାବେ ଡେଲାଙ୍ଗ ଅତିରିକ୍ତ ତହସିଲଦାର ଉପସ୍ଥିତ ରହିଥିଲେ ।

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୧----୫,୩୫

Blog Archive

Popular Posts