ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତ ଝରାପାଲି ଗ୍ରାମ ଠାରେ ଲାୟନ୍ସ କ୍ଲବ ଥୁଆପାଲି ଓ ଝରାପାଲି ମାର୍କେଟ ତରଫରୁ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପ୍ରଦାନ କରାଯାଇଛି। ଏହି ପ୍ରକଲ୍ପ ଅଶୋକ ଜଲାନ ଫାଉଣ୍ଡେସନ ପକ୍ଷର ଫ୍ରିଜର ମେସିନ ସହଯୋଗ କରିଛନ୍ତି ଓ ଲାୟନ୍ସ ତରଣୀସେନ ମେହେର ଘର ନିର୍ମାଣ ରେ ସହଯୋଗ କରିଛନ୍ତି। ସଂକ୍ରିଡା ସରପଞ୍ଚ ଶୁସାନ୍ତ ସାହୁ ଏହା କୁ ଉଦଘାଟନ କରିଥିଲେ।
ଏହି ସମୟରେ ଲାୟନ୍ସ କ୍ଲବର ସଦସ୍ୟ ଓ ଲିଓ କ୍ଲବ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ଓ ଏହା ସହିତ ଝରାପାଲି ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ଝରାପାଲି ଗ୍ରାମ ର ସୁବ୍ରତ ଚାନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ। ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୧୩/୨/୨୦୨୧-------୬.୧୦