ଭେଡେନ ଠାରେ ୩୨ଚମ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ ଜିଲ୍ଲା ଭେଡେନ ମୋଟର ଚାଳକ ସଂଘ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ସଂଘ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରାରେ "ସଡକ ସୁରକ୍ଷା ଜୀବନ ରକ୍ଷା" ଉପରେ ବିଭିନ୍ନପ୍ରକାର ର ସ୍ଲୋଗାନ ଦେଇ,ଭେଡେନ ସହର ପରିକ୍ରମା କରି ସଂଘ କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା।ଭେଡେନ ଚାଳକ ସଂଘ ର ସଭାପତି ଆନନ୍ଦ ଦଲେଇ ସଭାପତିତ୍ବ କରିଥିଲେ । ସାର୍ଏଥିରେ ଅତିଥି ଭାବେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୁରଲୀ ଧର ନାୟକ,ଭେଡେନ ଥାନା ର ଅଧିକାରୀ ହେମନ୍ତ ରାଓ ଯୋଗ ଦେଇଥିଲେ। ଏହା ସହିତ ବରଗଡ ମୋଟର ଚାଳକ ସଂଘ ର ସଭାପତି ନିରୋଜ ପୋଢ,ଜିଲ୍ଲା ସଂପାଦକ ଯୋଗେନ୍ଦ୍ର ଭୋଇ, ପୂର୍ବତନ ସଭାପତି ଶମ୍ଭୁ ଲୁହା,ଥୁଆପାଲି ମୋଟର ଚାଳକ ସଂଘ ର ସଭାପତି ପିଣ୍ଟୁ ପାଢୀ, ପପଂଗା ସଭାପତି ଶମ୍ଭୁ ଦୋରା, ଭେଡେନ ସଂଘର ସଭ୍ୟ ପରେଶ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।
ସଡକ ସୁରକ୍ଷା ଜୀବନ ରକ୍ଷା ଉପରେ ବିଶଦ ଭାବରେ ଆଲୋଚନା କରିଥିଲେ।ଅତିଥି ମାନେ ସଡକ ସୁରକ୍ଷା ଉପରେ ଜନସାଧାରଣଙ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରିବାକୁ କହିଥିଲେ।ପରିଶେଷରେ ଭେଡେନ ସଂପାଦକ ଦୀନବନ୍ଧୁ ସରାଫ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୧୩/୨/୨୦୨୧-------୫,୫୦




