ପୁରୀରେ ପହଁଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ପୁରୀ-_- ଆରମ୍ଭ ହେଲା ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ଵ। ନୟାଗଡ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ରଥକାଠ ବୋଝେଇ ଟ୍ରକ ପୁରୀରେ ଆସି ପହଞ୍ଚିଛି। ଦୁଇଟି ଟ୍ରକରେ ସମୁଦାୟ ୪୯ଟି ଅସନ ଓ ଧଉରା କାଠ ରହିଛି। ସେଥି ମଧ୍ୟରୁ ୧୨ ଫୁଟିଆ ୨୦ଟି ଅସନ ଓ ୧୯ଟି ଧଉରା,,,ଏବଂ ୨୦ ଫୁଟିଆ ଅସନର ୧୦ଟି କାଠ ରହିଛି। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବରୁ ୬୯ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ୭୯୬ଟି କାଠର ଆବଶ୍ୟକତା ରହିଛି। ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯିବା ସହ ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ ଙ୍କ ଠାରୁ ସୁଚନା ମିଳିଛି । ପୁରୀ ରୁ ଜୟନ୍ତ କୁମାର ସେଠୀ,୧୩/୨/୨୦୨୧----- ୬,୧୫
ବାଇଟ୍-,,