ଉତ୍କଳମଣି ଗୋପବନ୍ଧୁସ୍ମୃତି ମହାବିଦ୍ୟାଳୟ ପରିସରରେଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧ ଓ ପ୍ରସାର ପାଇଁ କର୍ମଶ।।ଳା
ସାକ୍ଷୀଗୋପାଳ------ ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଓ ଅଗ୍ରଣ୍ରୀ ସାଂସ୍କୃତିକ ଅନୁଷ୍ଠାନ “ଦୟାଜ୍ୟୋତି” ପକ୍ଷରୁ ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିସରରେ ଏକ ଭାରତୀୟ କଳା ସଂସ୍କୃତି ଅଭିବୃଦ୍ଧି ଓ ପ୍ରସାର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡିଶ୍ରୀ ନୃତ୍ୟ ଗୁରୁ ନାରାୟଣ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ଆୟୋଜିତ ଏହି ନୃତ୍ୟ କର୍ମଶାଳାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରତିକାନ୍ତ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପାରମ୍ପାରିକ ଓଡିଶୀ ନୃତ୍ୟ , ଲୋକନୃତ୍ୟ ଓ ରାସଲୀଳା ନୃତ୍ୟ ଅନୁଷ୍ଠାନର ଛାତ୍ରୀ ମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ତରୁଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ଭାରତୀୟ ନୃତ୍ୟ ,କଳା ପ୍ରତି ରୂଚି ଓ ଆଦର ସୃଷ୍ଟି ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ଉପସ୍ଥିତ ଅତିଥି ମାନେ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଧ୍ୟାପିକା ସୁଷମା କୁମାରୀ ମିଶ୍ର, ପ୍ର. ସୁଜାତା ମହାପାତ୍ର, ପ୍ର. କଳ୍ପନା କୁମାରୀ ମହାପାତ୍ର, ପ୍ର. ରତ୍ନାକର ସାହୁ, ପ୍ର. ଶୁଭ୍ରାଦୀପ୍ତା ପଟ୍ଟନାୟକ, ତଥା ମହାବିଦ୍ୟାଳୟର ବଡବାବୁ ରାଜ କିଶୋର ପତି ପ୍ରମୁଖ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିିତ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୧/୨/୨୦୨୧----୫,୪୦