Breaking News

ଡ୍ରେନେଜ ଖନନ କରିବା ପାଇଁ ଚାଷୀ ମାନଙ୍କର ବୈଠକ

 


 ସାକ୍ଷୀଗୋପାଳ------ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନୂଆଗାଁ ରାଇଟ ଡ୍ରେନେଜ ଦ୍ୱାରା କ୍ଷତିଗସ୍ତ ହେଉଥିବା ଚାଷୀ ମାନଙ୍କର ଏକ ଜରୁରୀ ବୈଠକ ଗବକୁଣ୍ଡ ନଡିଆ ମାର୍କେଟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଚାଷୀ ମାନଙ୍କର ଦୀର୍ଘ ଦିନର ସମସ୍ୟା ସମ୍ପର୍କରେ ତଥା ଡ୍ରେନେଜ ଖନନ କରିବା ପାଇଁ ବିଧାୟକ ଉମାକାନ୍ତ ସାମନ୍ତରାଙ୍କ ପ୍ରଚେଷ୍ଟା ଫଳରେ ମଞ୍ଜୁର ହୋଇଥିବା ଅର୍ଥ ସଠିକ ବିନିଯୋଗ କରିବା ପାଇଁ ଚାଷୀ ମାନେ ଆଲେଚନା କରିଥିଲେ । ଏହି ଖନନ କାର୍ଯ୍ୟ ତଦାରଖ କରିବା ପାଇଁ ସତ୍ୟବାଦୀ ଓ ପୁରୀ ସଦର ବ୍ଳକର୬ ଗୋଟି ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଏହି କମିଟି ବିଧାୟକଙ୍କ ସହିତ ଆଲେଚନା କରି ଖନନ କାର୍ଯ୍ୟକୁ ତ୍ୱରାନିତ କରିବେ । ବଂଶୀଧର ପରିଡାଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀ ନେତା ପ୍ରଫୁଲ ଚନ୍ଦ୍ର ମିଶ୍ର, ନରେଶ ଚନ୍ଦ୍ର ସ୍ୱାଇଁ, ରାମଚନ୍ଦ୍ର ଚୌଧୁରୀ, ରାମ ସ୍ୱାଇଁଙ୍କ ସହ ପ୍ରମୁଖ ଚାଷୀ ମାନେ ଯୋଗଦେଇଥିଲେ । ଆସନ୍ତା ୫ ତାରିଖ ଦିନ ଏକ ବୈଠକ କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିବା ଚାଷୀ ନେତା ଶ୍ରୀ ମିଶ୍ରଙ୍କ ଠାରୁ ସୁଚନା ମିଳିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୧-----୯,୫୦

Blog Archive

Popular Posts