Breaking News

ଦ୍ୱିପାବଳୀରେ ବାଣ ନ ଫୁଟାଇ ପରିବେଶକୁ ସୁସ୍ଥ ରଖିବା ପାଇଁ ବୃକ୍ଷ ରୋପଣ


 ଡେଲାଙ୍ଗ ---- ଡେଲାଙ୍ଗ ଥାନା ଅନ୍ତର୍ଗତ ବୋଳକଣା ଗ୍ରାମରେ ଗଡି ଉଠିଥିବା ସେଭ ଦି ଆର୍ଥ ଅନୁଷ୍ଠାନ  ପବିତ୍ର ଆଲୋକର ପର୍ବ ଦ୍ୱିପାବଳୀରେ ବାଣ ନ ଫୁଟାଇ ପରିବେଶକୁ ସୁସ୍ଥ ରଖିବା ପାଇଁ ନିଆର ଡଙ୍ଗରେ ଦ୍ୱିପାବଳୀ ପାଳନ କରିଛି । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଜନସାଧାରଣ ଓ ଗ୍ରାମବାସୀଙ୍କୁ ବିଭିନ୍ନ ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗୁଆଳିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ କାଳନ୍ଦୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ ବାସୁଦେବ ଜେନା, ବୋଳକଣା ଗ୍ରାମ୍ୟ କମିଟି ସଭାପତି ବ୍ରଜବଂଧୁ ପରିଡା ଯୋଗଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ବରକେରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ ସେଠୀ, ଶିକ୍ଷକ ମିଟୁ କିଶୋର ପ୍ରଧାନ, ୱାର୍ଡ ସଭ୍ୟବ୍ରହ୍ମଚାରୀ ବରାଳ ,ଶରତ ମହାପାତ୍ରଙ୍କ ସହିତ ଆଶାକର୍ମୀ ଉଲ୍ଲସିନୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ସନ୍ତୋଷ ସାହୁ, ସୁବାଷ ପ୍ରଧାନ, ସିଲୁ, ଟୁଲୁ, ଉପେନ୍ଦ୍ର, ସୌମ୍ୟ ରଞ୍ଜନ ବରାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସେଭ ଦି ଆର୍ଥ ଅନୁଷ୍ଠାନର ଅଧ୍ୟକ୍ଷ ତଥା ପରିବେଶବିତ୍ତ ବିଶ୍ୱଜିତି ପରିଡା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । 

 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts