Breaking News

ମା ଦକ୍ଷୀଣ କାଳୀଙ୍କର ମାଟି ଅନୁକୂଳ ପରେ ମାଙ୍କର ମସ୍ତକ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ

 


 ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାର ସତ୍ୟବାଦୀ ଥାନା ଅନ୍ତର୍ଗତ ମନ୍ତତନ୍ତ୍ର ପୀଠ  ବୀରଗୋବିନ୍ଦପୁର ମା ଦକ୍ଷିଣ କାଳୀ ମନ୍ଦିର ବେଶ ଜଣାଶୁଣା । ମାଙ୍କର କାଳୀପୂଜା ପାଇଁ ସୋମବାର ମାଟି ଅନୁକୂଳ ହୋଇଯାଇଛି । ପ୍ରଥା  ଅନୁସାରେ ମାଟି ଅନୁକୂଳ ପରଦିନ ତଥା ମଙ୍ଗଳବାର ଦିନ ମୂର୍ତ୍ତିକାରିଗର ମା ଓ ବାବା ଶିବଙ୍କ ମସ୍ତକ ମାଟିରେ ତିଆରି  କରିବାର ପରମ୍ପରା ରହିଛି । ଏହା ପରେ ମା ଓ ବାବା ଶିବଙ୍କର ଶରୀରର ମୃଣ୍ଣିୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ପ୍ରସ୍ତୁତି କରାଯିବ ବୋଲି ମୂର୍ତ୍ତି କାରିଗର କହନ୍ତି । ବୀରଗୋବିନ୍ଦପୁର ମହାଜନୀ ଓ ମାଙ୍କ ମନ୍ଦିର ଟ୍ରଷ୍ଟର ସଭାପତି ଭିକାରୀ ନନ୍ଦ, ସମ୍ପାଦକ ଶିବ ପ୍ରସାଦ ମିଶ୍ର ଓ ମାଙ୍କର ମୁଖ୍ୟ ପୂଜକ ଅଗାଧୁ ଦୀକ୍ଷିତ କୋଭିଡ-୧୯ ଆଇନ ଅନୁଯାୟୀ ଅଳ୍ପ ସଂଖ୍ୟକ ସେବାୟତ ମାନଙ୍କୁ ଧରି ସୋମବାର ମହେନ୍ଦ୍ରା ବେଳାରେ ମାଙ୍କ ଆଜ୍ଞାମାଳ ନେଇ ମାଟିଅନୁକୂଳ କାର୍ଯ୍ୟ ଶେଷ ହୋଇଯାଇଛି । ସୋମବାର ଠାରୁ ମାଙ୍କ ପାଖରେ ଦ୍ୱିପହର ଧୂପରେ ହେଉଥିବା ଶଙ୍କୁଡି ଭୋଗ ବନ୍ଦ ରହିବା ସହ ଭକ୍ତ ମାନଙ୍କର ଶଙ୍କୁଡି ଭୋଗ ଦୀପାବଳି ପର୍ଯ୍ୟନ୍ତ ବନ୍ଦ ରହିବାର ପରମ୍ପରା ରହିଛି । କେବଳ ମନ୍ଦିର ପକ୍ଷରୁ ମାଙ୍କ ପାଇଁ ରାତ୍ରରେ ଶଙ୍କୁଡି ଭୋଗ କରାଯାଉଛି । ଏବେ ମାଙ୍କୁ ଯେଉଁ ମାନେ ଦର୍ଶନ କରିବେ ବାଳଭୋଗ କରି ପାରିବେ ବୋଲି ଚିତ୍ତି ରଞ୍ଜନ ଆଚାର୍ଯ୍ୟ ଗ୍ରାମବାସୀ କହନ୍ତି । ଏ ବର୍ଷ ମହାମାରୀ କରୋନା ଯୋଗୁ ସମସ୍ତ ଯାନି ଯାତ୍ରା ଓ ମଠ, ମନ୍ଦିର ବନ୍ଦ ରହିଛି । ସେହି ଅନୁଯାୟୀ କାଳୀପୂଜା କେବଳ ମାଙ୍କର ନୀତି କାନ୍ତି କରାଯିବ, ଗହଳି ହେବ ନାହିଁ, ସାମାଜିକ ଦୂରତା ରକ୍ଷା କରାଯାଇ ଭକ୍ତ ମାନେ ଦର୍ଶନ କରିବେ ବୋଲି ଜଣାପଡିଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts