ସତ୍ୟବାଦୀର ୩୧୬ନଂ ଜାତୀୟ ରାଜପଥର ଦୁଇ ପାଶ୍ୱର୍ରେ ଅନାବନା ଗଛରେ ପରିପୂର୍ଣ୍ଣ
ସାକ୍ଷୀଗୋପାଳ ----- ୩୧୬ନଂ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଏବେ ଅନାବନା ଗଛରେ ପରିପୂର୍ଣ୍ଣ ହୋଇପଡିଛି । ଯାହାକି ରାସ୍ତାରେ ଚାଲିକି ଯିବା ସମୟରେ ସରୀସୃପ ମାନେ ଆକ୍ରମଣ କରୁଛନ୍ତି । ରାସ୍ତାର ଉଭୟ ପାଶ୍ୱର୍ ଏବେ ବିଭିନ୍ନ କଣ୍ଟା, ଲତା ଓ ବିଭିନ୍ନ ଗଛରେ ପରିପୂର୍ଣ୍ଣ ହୋଇ ପଡିଛି । ରାସ୍ତା ଉପରେ ପ୍ରାୟ ଦୁଇରୁ ୪ ଫୁଟ ଜଙ୍ଗଲ ରାସ୍ତା ଉପରକୁ ଏବେ ମାଡି ଆସିଲାଣି । ପୁରୀ ଠାରୁ ଭୁବନେଶ୍ୱର ପ୍ରାୟ ୪୫ କି,ମି ରାସ୍ତା ମଧ୍ୟରୁ କିଛି ଅଂଶ ରାସ୍ତା ଜାତୀୟ ରାଜପଥ ସଫେଇ ଦାୟତ୍ୱରେ ଥିବା ଠିକା ସଂସ୍ଥା ନାମକୁ ମାତ୍ର ସଫେଇ କରି ଅନ୍ୟତକ ଛାଡି ଦେଇଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରୁ ସୁଚନା ମିଳିଛି ଯେ ଆଗରୁ ଠିକା ସଂସ୍ଥା ପ୍ରତି ମାସରେ ମେସିନ ଓ ଲୋକ ଲଗାଇ ପୁରୀ ଠାରୁ ଭୁବନେଶ୍ୱର ୩୧୬ ଜାତୀୟ ରଜପଥ ସଫେଇ କରିବା ସହ ରାସ୍ତାର ଉଭୟ ପାଶ୍ୱର୍ ସଫେଇ କରୁଥିଲେ । ରାସ୍ତାର ଡିଭାଇଡର ଗୁଡିକ ମଧ୍ୟ ସଫା ସୁତରା କରୁଥିଲେ । ଏବେ ଉକ୍ତ ଠିକା ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ପାଉଥିବା ବେଳେ ରାସ୍ତାର ସଫା ସୁତରା କରିବା କଥା ସମ୍ପୁର୍ଣ୍ଣ ଭୁଲି ଯାଇଥିବା ଜଣାପଡିଛି । ପ୍ରତିଦିନ ରାସ୍ତା କରରୁ ବିଷାକ୍ତ ସାପ ବାହାରୁଥିବା ଜଣାପଡିଛି । ଏପରିକି ଚନ୍ଦନପୁର ସମଜାଦପୁର ଠାରୁ ପଟ୍ଟନାୟକିଆ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ ଏବେ ବାଟୋଇ ଲୋକ ମାନଙ୍କ ପାଇଁ ମରଣଯନ୍ତ୍ରା ପାଲଟିଛି । ଅନାବନା ଗଛ ରାସ୍ତା ଉପରେ ମାଡି ଯିବାରୁ ରାସ୍ତା ସଂକୀର୍ଣ୍ଣ ହୋଇପଡିଛି । ଅଧିକାଂଶ ସମୟରେ ଏହି ଗଛଲତା ଜଙ୍ଗଲ ଯୋଗୁ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି ବୋଲି ଜନସାଧାରଣ କହନ୍ତି । ରାସ୍ତାରେ ଥିବା ଡିଭାଇଡର ଉପରେ ଜଙ୍ଗଲ ସୃଷ୍ଟି ହୋଇ ଗଲାଣି । ତୁରନ୍ତ ଏଥିପ୍ରତି ଜିଲ୍ଲାପ୍ରଶାସନ ନର୍ଜର ଦେବାକୁ ସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି