ସଚେତନତା ପଦଯାତ୍ରୀ ଦଳକୁ ସ୍ୱାର୍ଗତ
ଡେଲାଙ୍ଗ ---- ବେରବୋଇ ଗାନ୍ଧୀ ପୀଠରୁ ଚଳିତ ୧୮ ତାରିଖରୁ ଗାନ୍ଧୀ ପ୍ରଗତି ପ୍ରତିଷ୍ଠାନ ପକ୍ଷରୁ କରୋନା ଓ ନିଶାନିବାରଣ ପାଇଁ ଏକ ସଚେତନତା ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରୀ ଦଳ ଡେଲାଙ୍ଗ ବ୍ଳକର ୧୮ ଗୋଟି ଗ୍ରାମ ପଞ୍ଚାୟତ ପରିକ୍ରମା କରିବା ସମୟରେ ମହିଳା ଓ ଯୁବଗୋଷ୍ଠୀ ମାନେ ବିପୁଳ ଭାବେ ଜନ ସମର୍ଥନ ମିଳୁଛି । ବୁଧବାର ଦିନ ଉକ୍ତ ସଚେତନତା ପଦଯାତ୍ରୀ ଦଳ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତରେ ପହଞ୍ଚିବା ପରେ ଗ୍ରାମବାସୀ ଓ ଯୁବକ ମାନଙ୍କ ଦ୍ୱାରା ପଦଯାତ୍ରୀ ଦଳଙ୍କ ପୁଷ୍ପମାଲ୍ୟ ଦେଇ ସ୍ୱର୍ଗତ କରିଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି