ସରକାରୀ ବୋଲେରୋ ଗାଡି ଧକ୍କାରେ ଜଣେ ବାଇକ ଆରୋହି ମୃତ
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:-ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା-ତୁରୁମ ୫୪ନଂ ରାଜ୍ୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟଣା ଘଟିଯାଇଛି।ଗତକାଲି ସନ୍ଧ୍ୟା ପ୍ରାୟ ଚାରିଟା ସମୟରେ ଗୋଡ଼ଭଗା ପଟୁ ଏକ ଧଳା ବୋଲେରୋ ଗାଡ଼ି ନଂ( ଓଡ଼ି ୦୩- ଆର-୨୯୬୩) ଓପିଟିସିଏଲ ଲେଖା ଥିବା ସରକାରୀ ଗାଡ଼ିଟି ଦ୍ରୁତଗତି ରେ ତୁରୁମ ପଟୁ ଗୋଡ଼ଭଗା ପଟକୁ ଏସ୍କ ଏଲ ସୁପର ମୋପେଟ ଗାଡି ସହ ମୁହାଁମୁହିଁ ଧକ୍କା ଲାଗିଥିଲା।ଯାହା ଫଳରେ ସିଲେଟ ପଞ୍ଚାୟତ ପୁଡ଼ପୁଡ଼ ପାଳିର ଏସ୍କ ଏଲ ଆରୋହି ସୁଦାମ ଚୌଧୁରୀ ଦୁର୍ଘଟଣାର ଶିକାର ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।
ଏହି ଖବର ପାଇ ସ୍ଥାନୀୟ ପୋଲିସ ଘଟଣାର ପ୍ରାରମ୍ଭିକ ତଦନ୍ତ ସହ ପରିବାର ଲୋକେ ତଥା ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଘଟଣା ସ୍ଥଳରେ ପହଞ୍ଚିଥିବାବେଳେ ଓ ପି ଟି ସି ଏଲ ଲେଖାଥିବା ସରକାରୀ ବୋଲେରୋ ଗାଡିର ଡ୍ରାଇଭର ଓ ସେଥିରେ ଥିବା ଅଧିକାରୀମାନେ ଫେରାର ହୋଇଯାଇଥିଲେ ବୋଲି ଲୋକମାନେ କହନ୍ତି।ତେବେ ସରକାରୀ ଗାଡି ଲଗାମ ହରାଇ ଯଦି ଏମିତି ମର୍ମନ୍ତୁଦ ଘଟଣା ଘଟାଇ ଫେରାର ମାରିବେ ତେବେ ଅନ୍ୟ ଗାଡି ମାନଙ୍କ କଥା ପଚାରେ କିଏ ? ବୋଲି ଲୋକମାନେ କହନ୍ତି । ଯାହା ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଟ୍ରାଫିକ ସମସ୍ୟାରେ ଜର୍ଜରିତ ରହୁଥିବା ଗୋଡ଼ଭଗା- ତୁରୁମ ୫୪ନଂ ରାଜ୍ୟ ରାଜପଥ ଓ ଲୁହୁରାଚଟି- ସମ୍ବଲପୁର ୫୩ନଂ ଜାତୀୟ ରାଜପଥରେ ନିତିଦିନିଆ ଭାବେ ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଘଟଣା ଘଟି ମୂଲ୍ୟ ବାନ ଜୀବନ ନଷ୍ଟ ହେଉଛି । ଉପଯୁକ୍ତ ତଦନ୍ତ କରି ମୃତ ବ୍ୟକ୍ତିଙ୍କ ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବା ସହ ଅଧିକାରୀ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତ ପରିବାର ତଥା ଜନସାଧାରଣ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍.....