ଝରାପାଲି ମାର୍କେଟ ୟାର୍ଡରେ ଚାଷୀ ମାନଙ୍କୁ ନେଇ ସାଧାରଣ ସଭା
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଅତାବିରା ଆରଏମ୍ ସି ଅନ୍ତର୍ଗତ ସଂକ୍ରିଡା ପଞ୍ଚାୟତର ଝରାପାଲି ବଜାର ପ୍ରାଙ୍ଗଣରେ ଲୁପୁର ସିଂହା ଗ୍ରାମର ଗଣେଶ ରାମ ଦାସଙ୍କ ସଭାପତିତ୍ୱରେ ଚାଷୀ ମାନଙ୍କ ମଧ୍ୟ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସଚିନ ପୁରୋହିତ,ସତ୍ୟଜିତ ପୁରୋ ହିତ,ସୁନୀଲ କୁମାର ଭୋଇ,ରାଜ କୁମାର ପୁରୋହିତ,ସାନିପାନି ରାମ କୃଷ୍ଣ,ଚାଷୀ ଗିରି ନଇ,ଗୋପାଳ କୃଷ୍ଣ, ସୋମନାଥ ଭୋଇ,ଅମିୟ ଭୂଷଣ ଚାନ୍ଦ ପ୍ରମୁଖ ଚାଷୀ ଉପସ୍ଥିତ ରହି ଥିଲେ । ବିଭିନ୍ନ ଗ୍ରାମରୁ ଆସିଥିବା ଚାଷୀମାନେ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।ଗତ ଋତୁ ରେ ଟୋକନ ବ୍ୟବସ୍ଥାକୁ ନେଇ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏବେ କରୋନା କଟକଣା ରହିଥିବା ହେତୁ ଆଖି ସ୍କାନ କିପରି କରାଯିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିରେ ଖରିଫ ଋତୁର ଧାନକୁ କିପରି ଭାବରେ ବିକ୍ରୀ କରା ଯାଇପାରିବ ତାହାରି ଉପରେ ପର୍ଯ୍ୟାୟ କ୍ରମେ ଆଲୋଚନା ହୋଇ ଥିଲା।ଏହି ଖରିଫ ଋତୁରେ କିପରି ମାର୍କେଟ ୟାର୍ଡ଼ ଠାରେ ଧାନର ମାନ ନିର୍ଦ୍ଧାରଣ କରିବା,ଓଜନ୍ ଓ ମୂଲ୍ୟ ନିର୍ଦ୍ଧାରଣ କରିବା ସଭାରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗ୍ରହଣ କରା ଯାଇଥିଲା। ମିଲ ମାଲିକ ନିଜେ ନ ଆସି ତାଙ୍କର ପ୍ରତିନିଧିଙ୍କ ଜରିଆରେ ଧାନ ମିଲକୁ ନେଇ ସେଠାରେ ଧାନ ର ମୂଲ୍ଯ ନିର୍ଦ୍ଧାରଣ କରିଥାନ୍ତି।ଯାହା ଫଳରେ ଚାଷୀ ବାଧ୍ୟ ବାଧକତାରେ ବିକ୍ରୀ କରି କ୍ଷତି ସହି ବାକୁ ପଡିଥାଏ। ଏଥର ମାର୍କେଟ ୟାର୍ଡ଼ ମୁଲ୍ୟ ନିର୍ଦ୍ଧା ରଣ କରି ଧାନ ଯେମିତି ମିଲ କୁ ଯିବ ଦୃଢୋକ୍ତି ପ୍ରକାଶ କରିଛନ୍ତି।ଏହା ନ ହେଲେ ପ୍ରଶାସନର ଦ୍ବାରସ୍ଥ ହୋଇ ଧାନ ବିକ୍ରୀ କରାଯିବ। ଯଦି ପ୍ରଶାସନିକ ସ୍ତରରେ ଅବହେଳା ପ୍ରଦର୍ଶନ କରନ୍ତି ତାହେଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ଯୋଗ ଦେଇଥିବା ଚାଷୀ ମାନେ ମତ ପ୍ରକାଶ କରିଛନ୍ତି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍