ମନୋଜ ଟୁର ଆଣ୍ଡ ଟ୍ରାଭେଲସ ର ଆଜି ପବିତ୍ର ଦଶହରା ପୂଜା
ଯାଜପୁର---- ମନୋଜ ଟୁର ଆଣ୍ଡ ଟ୍ରାଭେଲସ ର ଆଜି ପବିତ୍ର ଦଶହରା ପୂଜା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ମୁଖ୍ୟ ମନୋଜ ପ୍ରଧାନ ସମସ୍ତ ଗାଡି ଗୁଡିକୁ ପୂଜା ଅର୍ଚ୍ଚନା କରି ସମସ୍ତ ଡ୍ରାଇଭର ଭାଇ ମାନଙ୍କୁ ନୂତନ ପୋଷକ ଏବଂ କିଛି ଅର୍ଥ ସାହାଯ୍ୟ କରିଥିଲେ । ମହାମାରୀ କୋଭିଡ ନିୟମ ଅନୁସାରେ କିପରି ଟ୍ରାଭେଲ ଆଗକୁ ଯିବ ସମସ୍ତ ଙ୍କ ସାହାଯ୍ୟ ଲୋଡି ଥିଲେ । ଏହି କାଯ୍ୟ ସମୟ ରେ ପ୍ରୟାସ ଟିଭି ର ଯାଜପୁର ଜିଲ୍ଲା ପ୍ରତିନିଧି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହା ପରେ ପରିବେଶ କୁ ସୁନ୍ଦର ସବୁଜ ମୟ କରିବା ଲାଗି କିଛି ଗଛ ରୋପଣ କରିଥିଲେ, ଶେଷରେ ଟ୍ରାଭେଲର ପରିଚାଳକ କିଛି ଗରିବ ପିଲା ଙ୍କୁ ଶୁଖିଲା ଖଦୀୟ ଓ ପାନୀୟ ଦାନ କରିଥିଲେ । ଏହି ସୁନ୍ଦର ପରିବେଶ ରେ ବାପି, ମାନସ, କନିଷ୍କ, କ୍ଷୀରୋଦ ସିମନ ଭାଇ ଯୋଗ ଦାନ କରିଥିଲେ । ଏବଂ ପ୍ରସାଦ ସେବନ ର ବ୍ୟବସ୍ତା ଅନୁଷ୍ଠାନ ତରଫରୁ କରା ଯାଇ ଥିଲା,
ଯାଜପୁର ରୁ ଶିବା କେତନ ମହାନ୍ତି ଙ୍କ ରିପୋର୍ଟ