ମୋବାଇଲି ସେଲଫିରୁ ଫଟୋ ଦେଖି ରଙ୍ଗ ତୁଳୀରେ ଆଙ୍କୁଛନ୍ତି ଦିବ୍ୟଜ୍ୟୋତି
ସାକ୍ଷୀଗୋପାଳ ---- ଆଜିର ବିଜ୍ଞାନ ଯୁଗରେ ଆଜିର ଯୁବପୀଢ଼ି ଆଗେଇ ଚାଲିଛନ୍ତି । ଏପରି କିଛି ଯୁବତୀ ଯୁବକ ମାନେ ଆଗେଇ ଆସିଲେଣି ଯେ ମୋବାଇଲିରେ ସେଲଫି ଫଟୋ ଦେଖି ତାକୁ ରଙ୍ଗ ତୁଳୀରେ ସଜେଇବାକୁ ଶିଳ୍ପୀ ମାନେ ଆଗେଇ ଆସିଲେଣି । ପୁରୀ ଜିଲ୍ଲାର ଚନ୍ଦନପୁର ଥାନା ଅନ୍ତର୍ଗତ ମାର୍ଥାସାହିର ଦିବ୍ୟାଜ୍ୟେତି ମାର୍ଥା( ୨୩) । ଏବେ ମୋବାଇଲିରେ ଫଟୋ ଦେଖିଲେ ଦୁଇରୁ ତିନିଘଣ୍ଟା ମଧ୍ୟରେ ଅବିକଳ ଫଟୋ ଆଙ୍କି ପାରୁଛନ୍ତି । ଏହା ଦେଖି କେହିନା କେହି ତାଜୁବ ହୋଇଯିବେ । ବିଶେଷ କରି ଫେସବୁକରେ ସେଲଫି ଫଟୋ ଦେଖି ସେ ଏବେ ରଙ୍ଗତୁଳି ସହାର୍ଯ୍ୟରେ ଚିତ୍ର କରି ପୁଣି ସେହି ଫଟୋକୁ ଫେସବୁକରେ ଅଫଲୋଡ କରି ବେଶ ସୋସିଆଲ ମିଡିଆରେ ବେଶ ପରିଚିତ ହୋଇଛନ୍ତି ।
ତାଙ୍କ ବାପା ହରିହର ମାର୍ଥା ଓ ମା ପ୍ରମିଳା ମାର୍ଥା । ପିଲା ଦିନରୁ ଦିବ୍ୟାଜ୍ୟୋତି ମା ଓ ବଡଭଉଣିଙ୍କ ଠାରୁ ପ୍ରେରଣା ପାଇ ହାତରେ ବିଭିନ୍ନ ରଙ୍ଗ ,ତୁଳୀ ଓ ହାତରେ କିଛି ଧଳା କାଗଜ ସହିତ କନାଧରି ବସି ପଡନ୍ତି ଚିତ୍ର କରିବା ପାଇଁ । ଏଥିପାଇଁ ଗୁରୁଜନ ମାନଙ୍କ ଠାରୁ ପାଠ ନ ପଢ଼ି ଏଥିରେ ମନ ନ ଦେଉଥିବାରୁ ବହୁ ଗାଳି ଶୁଣିବାକୁ ପଡିଛି । ତଥାପି ଝିଅର ବା ଭଉଣୀର ଏପରି ଚିତ୍ର କରିବା ଦେଖି ଦିବ୍ୟଜ୍ୟୋତିଙ୍କ ମା ଓ ବଡ ଭଉଣି ଚିତ୍ର କରିବା ପାଇଁ ସାହାର୍ଯ୍ୟ ଓ ପ୍ରେରଣା ଦେଇ ଆସୁଥିଲେ ।
ଏବେ ଦିବ୍ୟଜ୍ୟୋତି ଜଣେ ପଟଚିତ୍ର ଓ ଫାଇନିଆର୍ଟ ଶିଳ୍ପୀ ଭାବେ ବେଶ ପରିଚିତ । ଏବେ ତାଙ୍କର କିଛି ଫଟୋଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ଏପରିକି ତାଙ୍କ ହାତ ତିଆରି ଫଟୋଚିତ୍ର ଦେଶ ବିଦେଶରେ ଥିବା ହୋଟେଲ ମାନଙ୍କରେ ପ୍ରଦର୍ଶିତ ହେଉଥିବା ସେ କହନ୍ତି । ଦିବ୍ୟଜ୍ୟୋତି ତାଳପତ୍ର ଖୋଦେଇରେ ବେସିକ ଓ ହାଇଅର କୋର୍ସ ପାଠ କରିବା ସହ ପଟ୍ଟଚିତ୍ରରେ ମାଷ୍ଟରଡ୍ରିଗୀ ଗଣ୍ଡମୁଣ୍ଡା ଠାରେ କରିଛନ୍ତି । ଅନ୍ୟପକ୍ଷେ ଫାଇନିଆର୍ଟ ଧଉଳି ଆର୍ଟ କଲେଜରେ କୋର୍ସ ଶେଷ କରି ଏବେ ନିଯୁକ୍ତି ପାଇଁ ଖୋଜୁଛନ୍ତି । କୌଣସି କାମ ଧନ୍ଦା ନ ଥିବାରୁ ଘରେ ବସିକି ନିଜ ସାଙ୍ଗ ସାଥୀଙ୍କ ମୋବାଇଲିରେ ସେଲଫି ଫଟୋ ଦେଖିବା ସହ ମନ ପସନ୍ଦ ଫଟୋକୁ ନିଜ ହାତରେ ରଙ୍ଗତୁଳୀରେ ସଜାଇ ଜୀବନ୍ତ କରୁଛନ୍ତି । ବଣ ମଲ୍ଲି ଯେପରି ବଣରେ ଫୁଟି ମଉଳି ନ ଯାଏ ସେଥି ପ୍ରତି ରାଜ୍ୟ ସରକାର ନଜର ଦେବାକୁ ଜନସାଧାରଣରେ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି