ହନୁମାନ ମନ୍ଦିର ପାଇଁ ବଟି ମାଗି ଯୁବକ ଗିରଫ
ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ବାସୁଦେବପୁର ଗ୍ରାମର କାଳିଆ ରାଉତ ହନୁମାନ ମନ୍ଦିର ନିର୍ମାଣ କରିବା ପାଇଁ ବଟି ମାଗି ଗିରଫ ହୋଇଥିବା ଜଣାପଡିଛି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ଅନୁଯାୟୀ ଜୟପୁର --ସାରଙ୍ଗଯୋଡି ରାସ୍ତାର ବାସୁଦେବପୁର ଗ୍ରାମ ମୁଣ୍ଡରେ ଏଲଆଣ୍ଡଟି କମ୍ପାନୀ ମେଗା ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ନେଇଛି । ସେଠାରେ ଏକ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଛି । କାଳିଆ ଗତ କାଲି ନିଶା ସେବନ କରି ସେଠାରେ ଥିବା ଅଧିକାରୀଙ୍କୁ ମନ୍ଦିର ନିର୍ମାଣ ପାଇଁ ଅର୍ଥ ଦାବି କରିଥିଲେ । ଅଧିକାରୀଙ୍କ ଅଭିଯୋଗ କ୍ରମେ ୩୬୩/୨୦ରେ ଏକ ମାମଲା ରୁଜ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି