Breaking News

କରୋନା ସଚେତନତା ସହିତ ମଦ ବିରୋଧରେ ଗୋପବନ୍ଧୁଙ୍କ ଜନ୍ମମାଟିରୁ ପଦଯାତ୍ରା ଆରମ୍ଭ ; ଗାନ୍ଧୀ ପୀଠରେ ଶେଷ


ସାକ୍ଷୀଗୋପାଳ---- ରାଜ୍ୟରେ ମହାମାରୀ କରୋନା କମିବାର ନାଁ ଗନ୍ଧ ଧରୁନାହିଁ । ରାଜ୍ୟ ସରକାରଙ୍କ ଠାରୁ ବିିଭିନ୍ନ ଅନୁଷ୍ଠାନ ମାନେ ସଭା, ସମିତି, ପାଲା ଓ ର‌୍ୟାଲି ମାଧ୍ୟମରେ କରୋନା ସଚେତନତା କରୁଛନ୍ତି । ଏବେ କରୋନା ସଚେତନତା ସହିତ ରାଜ୍ୟରୁ ମଦ ମୁକ୍ତ କରିବା ପାଇଁ  ଆଗେଇ ଆସିଛନ୍ତି କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ଅବସରରେ ଦାଣ୍ଡମୁକୁନ୍ଦପୁର ଜନସ୍ୱାର୍ଥର୍ ସୁରକ୍ଷା ସମିତି ଓ ପିପିିଲି ଉତ୍କଳମଣି ଯୁବପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରୁ ପଦଯାତ୍ରା ଆରମ୍ଭ ହୋଇଛି । ଏହି ପଦଯାତ୍ରା ବିଭିନ୍ନ ଗ୍ରାମ ପରିକ୍ରମା କରି ଡେଲାଙ୍ଗ ବେରବୋଇ ସ୍ଥିତ ଗାନ୍ଧୀପୀଠ ପରିସରରେ ଶେଷ ହେବ ବୋଲି ନବ କିଶୋର ପ୍ରଧାନଙ୍କ ଠାରୁ ସୂଚନା ମିଳିଛି । ପଦଯାତ୍ରା କାରୀ ମାନେ ସୁଆଣ୍ଡୋ ଗ୍ରାମରେ ପହଞ୍ଚି ପୁଣାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କ ଷଠୀଘରେ ଥିବା ପ୍ରତିମୂର୍ତ୍ତିରେ ଧୂପ, ଦୀପ ଓ ମାଲ୍ୟାର୍ପଣ କରି ଆଶୀର୍ବାଦ କାମନା କରିଥିଲେ । ଗାନ୍ଧଜୀ, ଗୋପବନ୍ଧୁ, ପଣ୍ଡିତ ଗୋଦାବରୀଶ, ଜୟପ୍ରକାଶ ନାରାୟଣ ଓ ଅବଦୁଲ କଲାମଙ୍କ ଜନ୍ମମାସ ହୋଇଥିବାରୁ ଅନୁଷ୍ଠାନ ପକ୍ଷରୁ ଏହି ପଦଯାତ୍ରାର ଆୟୋଜନ କରାଯାଇଛି । ଏହି ପଦଯାତ୍ରାରେ ବିଶ୍ୱରଞ୍ଜନ ମିଶ୍ର, ସୁଶାନ୍ତ ମଲିକ, ଜୟଜିତ ମହାପାତ୍ର, ଅମିତ ମହାପାତ୍ର, ଟିଟନ ପଣ୍ଡା, ବିଶ୍ୱଜିତି ଆଚାର୍ଯ୍ୟଙ୍କ ସହିତ ନବ ନିର୍ମାଣ କୃଷକ ସଂଗଠନର ଆବାହକ ତଥା ସମାଜସେବୀ ଗୋବିନ୍ଦ ମହାପାତ୍ରଙ୍କ ସହିତ ମା ଗଡଚଣ୍ଡୀ  ମହିଳା ମହାସଂଘର ସଭାନେତ୍ରୀ ରୀନା ମଲିକ, କୈଳାସ ଜେନା, ସୁଦାମ ବରାଳ, ରଘୁନାଥ ସେଠୀ ପ୍ରମୁଖ ପଦଯାତ୍ରାରେ ସାମିଲ ହୋଇଥିଲେ । ଏହି ପଦଯାତ୍ରାର ମୁଖ୍ୟ ଲକ୍ଷ୍ୟ ରାଜ୍ୟକୁ ମଦ ମୁକ୍ତ କରିବା ସହ ମହାମାରୀ କରୋନାରୁ ମୁକ୍ତ ହୋଇ ପାରିବା ସେ ସମ୍ପର୍କରେ ପଦଯାତ୍ରୀକାରୀ ମାନେ  ଲୋକମାନଙ୍କୁ ସଚେତନତା କରାଇଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି  

Blog Archive

Popular Posts