ଜନ ସାଧାରଣ ଙ୍କ ସହିତ ଖେଳ ଖେଳୁଛି ହିନ୍ଦୁସ୍ତାନ ଗ୍ୟାସ ବିତରଣ ର ସଂସ୍ଥା
ଯାଜପୁର-_--- ଯାଜପୁର ସହର ଓ ଗାଁ ଲୋକମାନେ ଗ୍ୟାସ ଏଜେନ୍ସ ପାଖରେ ଗ୍ୟାସ ବୂକିଂ କରି ଥାନ୍ତି । ଏବଂ ବୂକିଂ ଅନୁଯାଇ ଲୋକମାନ ଙ୍କ ପାଖରେ ଗ୍ୟାସ ଟାଙ୍କି ପହଞ୍ଚି ଯିବାର ନିୟମ ରହିଛି । କିନ୍ତୁ ଗ୍ୟାସ ବ୍ୟବହାରି ମାନଙ୍କ ମଧ୍ୟରେ 77 ଭାଗ ଲୋକ ଟାଙ୍କି କୁ ନେଇ ସମସିୟା ଅନୁଭବ କରୁଛନ୍ତି। ବିଶେଷ କରି ହିନ୍ଦୁସ୍ତାନ ଗ୍ୟାସ ର ବିତରକ ଏହି ପ୍ରତି ନଜର ରଖୁ ନାହାନ୍ତି । ଯାହା ଲୋକ ମାନଙ୍କ ଅଭି ଯୋଗ । ଏହି ଟାଙ୍କି ଭିତରେ ରବର ର ୱାସର ଟି ନଥାଏ ଏବଂ ବହୁତ ପୁରୁଣା ଟାଙ୍କି ବି ଥାଏ ।ଏସବୁ ଲକ୍ଷ୍ୟ କଲେ ଏହି ବିତରକ କିପରି ଲୋକ ମାନ ଙ୍କ ସହିତ ମୃତ୍ୟୁ ର ଖେଳ ଖେଳୁଛି ତାହା ସହର ଯାଜପୁର ଜିଲ୍ଲା ରେ ଆଲୋଚନା ର କେନ୍ଦ୍ରବିନ୍ଦୁ ପାଲଟିଛି । ଯେତେ ଅଭିଯୋଗ କଲେ ବି ଏହି ଗ୍ୟାସ ବିତରକ ନିଜ ମନ ରେ କାଯ୍ୟ କରୁଛିନ୍ତି । ଏଥି ପ୍ରତି ଧ୍ୟାନ ଦେବା ଲାଗି ଏକ ପତ୍ର କେନ୍ଦ୍ର ସରକାର ଙ୍କ ପାଖକୁ ପଠାଯାଇଛି ବୋଲି ଜଣା ଯାଇଛି ।
ଯାଜପୁର ରୁ ଶିବ କେତନ ମହାନ୍ତି ଙ୍କ ରିପୋର୍ଟ