ଚାନ୍ଦପୁର ର ପ୍ରସିଦ୍ଧ ଶକ୍ତି ପୀଠ ହରପାର୍ବତୀ ମନ୍ଦିରରେ ପୂଜାର୍ଚ୍ଚନା ରେ
ଜଗତସିଂହପୁର----- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଧିନ ଚାନ୍ଦପୁର ର ପ୍ରସିଦ୍ଧ ଶକ୍ତି ପୀଠ ହରପାର୍ବତୀ ମନ୍ଦିର । ପ୍ରତି ବର୍ଷ ବହୁ ଆଡମ୍ବ ରେ ପୂଜାର୍ଚ୍ଚନା ହୋଇଥାଏ। ଏଠାରେ ବିଭିନ୍ନ କୋଣ ଅନୁକୋଣ ରୁ ଭକ୍ତ ମାନଙ୍କୁ ଦେଖିବାକୁ ମିଳିଥାଏ। କିନ୍ତୁ ଚଳିତ ବର୍ଷ କୋଭିଡ ନିୟମକୁ ଧ୍ୟାନଦେଇ ମାଙ୍କର ପାର୍ବଣପୂଜା ଦୀର୍ଘ ୪୩ ଦିନ ଧରି ଯଥାବିଧି ଚାଲିଅଛି । ପ୍ରତ୍ୟେହ ମାଙ୍କ ଷୋଡଶ ଉପଚାର ପୂଜାସହ ,ଚଣ୍ଡୀପାଠ ଏବଂ ନାନାବିଧ ଅନ୍ନ, ବ୍ୟଞ୍ଜନ ପ୍ରସ୍ତୁତଃ କରାଯାଇ ମା ଙ୍କୁ ଅର୍ପଣ କରାଯାଏ । ଏ ପୀଠରେ ବାଟୁଳି ଭୋଗ କରାଯାଇ ପିଲାମାନଙ୍କୁ ବଣ୍ଟନ କରାଯାଏ । ବିଭିନ୍ନ ଭକ୍ତମାନଙ୍କୁ ପ୍ରସାଦ ବିତରଣ କରାଯାଏ । ଏହି ପାର୍ବଣ ପୂଜା ମହାଷ୍ଟମୀ ଦିନ ସମାପ୍ତ ହୋଇ ,ନବମୀରେ ସନ୍ଧି ପୂଜା ,ଦଶହରାରେ ଘଟବିର୍ସଜନ କରାଯାଇଥାଏ । ଏହି ପୂଜାରେ ମା ଙ୍କ ସହ ,ତାଙ୍କ ପୁତ୍ର ଗଣପତି ଏବଂ ପ୍ରଭୁ ମୁକ୍ତେଶ୍ବର ପୂଜା ପାଇଥାନ୍ତି । ମନ୍ଦିରର ମୁଖ୍ୟ ପୂଜକ, ଜ୍ୟୋର୍ତିବିତ ପଣ୍ଡିତ ଅରୁଣ କୁମାର ପାଣି , ପ୍ରିୟରଞ୍ଜନ ପାଣି,ମଧୁସୂଦନ ପାଣି ,ଓ ମନ୍ଦିରର ଟ୍ରଷ୍ଟି ସର୍ବଶ୍ରୀ ରେବତୀକାନ୍ତ ପଟ୍ଟନାୟକ ,ଶୈଳେଶ କାନୁନଗୋ ,ବୈଷ୍ଣବ ଦାସ ,ଶକ୍ତି କିଂକର ମହାନ୍ତି ,ବାମନ ମହାନ୍ତି ,ଗୋପବନ୍ଧୁ ଚୌଧୁରୀ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ପରିଚାଳନାରେ ସହଯୋଗ କରିଥିଲେ । ଜଗତସିଂହପୁର ରୁ ପ୍ରଳୟ ମହାପାତ୍ର