Breaking News

ସତ୍ୟବାଦୀ ପୋଲିସ ୬୦ ଲକ୍ଷ ଟଙ୍କାର ଧଳା ଜହର ଜବତ କରିବା ସହ ଗାଡି ଡ୍ରାଇଭର ସହ ୪ ଗିରଫ


 ସାକ୍ଷୀଗୋପାଳ  -----ପୁରୀ ଏସପି ଅଖିଳେଶ୍ୱ ସିଂଙ୍କ ନିର୍ଦ୍ଦେଶକ୍ରମେ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ତତ୍ୱବଧାନରେ ଏସଆଇ ବି. କେ, ଜେନା ଏକ ଟିମ ନେଇ ୩୧୬ନଂ ଭୁବନେଶ୍ୱର- ପୁରୀ ଜାତୀୟ ରାଜପଥର ପଟ୍ଟନାୟକିଆ ଛକ ଠାରେ ପ୍ରାଟୋଲିଂ କରୁଥିଲେ । ଭୁବନେଶ୍ୱର ଆଡୁ ଏକ ଧଳା ରଙ୍ଗର ହୁଣ୍ଡାଇ କାର ଆସୁଥିଲା । ପୋଲିସ ଦେଖି ଗାଡି ବୁଲାଇ ପଳାଇ ଯିବାକୁ ଉଦ୍ଦ୍ୟମ କରିଥିଲା ଗାଡି ଚାଳକ । ଗାଡିରେ ଦୁଇ ଜଣ ସ୍ତ୍ରୀ ଓ ଦୁଇ ଜଣ ପୁରୁଷ ପାସେଞ୍ଜର ଭାବେ ରହିଥିଲେ । ପୋଲିସ ଗାଡିକୁ ଅଟକାଇ ଗାଡିକୁ ତନ୍ନକି କରିଥିଲେ । ତନ୍ନକି ସମୟରେ ସେମାନଙ୍କ ଠାରୁ ୩୦୨ ଗ୍ରାମ  (ବ୍ରାଉନ ସୁଗାର )ଧଳା ଜହର ଜବତ କରିଥିଲେ । ଯାହାରକି ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ଗାଡିରେ ଥିବା ୪ଜଣ  ପାସେଞ୍ଜର ଓ ଗାଡି ଡ୍ରାଇଭରକୁ ପୋଲିସ ୩୬୪/୨୦ କେସନଂରେ ଗିରଫ କରି କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି । ସେମାନେ ହେଲେ ସ୍ନେହଲତା ପ୍ରଧାନ, ସ୍ୱାମୀ - ବୃନ୍ଦାବନ ପ୍ରଧାନ, ଟାଉନଥାନା ଖୋର୍ଦ୍ଦା ,ମଠସାହି ରଶ୍ମିତା ପ୍ରଧାନ, ସ୍ୱାମୀ- ଛବିନ୍ଦ୍ର ପ୍ରଧାନ,  ଟାଉନଥାନା ଖୋର୍ଦ୍ଦା ,ମଠସାହି ଓ  କାହ୍ନୁ ପ୍ରଧାନ ବାପା୰ ସନାତନ ପ୍ରଧାନ ଟାଉନଥାନା ଖୋର୍ଦ୍ଦା ,ମଠସାହି, ବିଷ୍ଣୁ ସାହୁ ବାପା- ଜମ୍ବେଶ୍ୱର ସାହୁ ଖୋର୍ଦ୍ଧା ତାପଙ୍ଗ ବୋଲି ଜଣାପଡିଛି । ଗାଡି ଡ୍ରାଇଭର ସାପ ନାୟକ, ବାପା ଗୋଲକ ନାୟକ ନରେନ୍ଦ୍ରକୋଣ ପୁରୀ ବୋଲି ଜଣାପଡିଛି ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts