ବିଜେପି ପକ୍ଷରୁ ଥାନା ଘେରାଉ ; ଖବରଦାତାଙ୍କ ନାମରେ ମାମଲା ରୁଜ ଅଭିଯୋଗ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ହରିହର ନନ୍ଦଙ୍କୁ କିଛି ବ୍ୟକ୍ତି ବିଶେଷ ମାନେ ଆକ୍ରମଣ କରିଥିଲେ । ଆକ୍ରମଣ କାରୀଙ୍କୁ ଗିରଫ ଦାବିରେ ୧୬ ତାରିଖ ଦିଦ ବିଜେପି ନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀ ମାନେ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । ଏଥିରେ ପ୍ରାଚୁର୍ଯ୍ୟ ହୋତା, ଶ୍ରୀଧର ବିଶ୍ୱାଳ, ଇମେଶ ଚନ୍ଦ୍ର ପ୍ରଧାନ, ସୁରେନ୍ଦ୍ର ପ୍ରଧାନ,ଦୀପକ ଶତପଥୀ, ଜୟପୁର ସରପଞ୍ଚ ବିଶ୍ୱଜିତି ଶତପଥୀ, ରବି ପ୍ରଧାନ, ତ୍ରିଲୋଚନ ରଥ, ସି୍ମତାଲୀନ ସାହୁ ,ରଞ୍ଜନ କୁମାର ବରାଳ, ମନୋଜ ରଥ, ଗଦାଧର ସାହୁ, ସୁଶାନ୍ତ ପ୍ରଧାନ, ସବିତା ଭୋଇ, ସୁଧିର ପରିଡା, ବିଶ୍ୱମ୍ବର ସ୍ୱାଇଁ ଓ ରମା ବଲ୍ଲଭ ବରାଳଙ୍କ ସହିତ ୪୦ ଜଣଙ୍କ ନାମରେ ମୋକଦ୍ଦମା ରୁଜ କରାଯାଇଛି ବୋଲି ଜଣାପଡିଛି । ସତ୍ୟବାଦୀ ପୁଲିସ ଏସଆଇ ଶୁଭଶ୍ରୀ ପ୍ରିୟଦର୍ଶୀ ନନ୍ଦ ଓ ଏଏସଆଇ ସୁଦାମ ଚରଣ ନାୟକଙ୍କ ଅଭିଯୋଗ କ୍ରମେ ଦୁଇଟି କେସରୁଜ କରାଯାଇଛି । ମାତ୍ର ରମା ରଞ୍ଜନ ବରାଳ ଜଣେ ଖବରଦାତା ଭାବେ ଉକ୍ତ ଦିନ ଖବର ସଂଗ୍ରହ ପାଇଁ ଅନ୍ୟ ଖବରଦାତାଙ୍କ ସହିତ ଥାନାକୁ ଯାଇଥିଲେ । ମାତ୍ର ତାଙ୍କୁ ପୁଲିସ ଜାଣିଶୁଣି ତାଙ୍କ ନାମରେ କେସରୁଜ କରିଥିବା ଶ୍ରୀ ବରାଳ ଅଭିଯୋଗ ଆଣିଛନ୍ତି । ଯଦି ମୋ ନାମରେ ମାମଲା ରୁଜ କରାଯାଇଛି ତା ହେଲେ ଅନ୍ୟ ଖବରଦାତା ମାନଙ୍କ ନାମରେ କାହିଁକି ମାମଲା ରୁଜ କରାଗଲା ନାହିଁ ତାହା ସେ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟ ପକ୍ଷେ ଏହି ଏତଲା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେ କହନ୍ତି । ଏହାକୁ ମଧ୍ୟ ଯୁବନେତା ଓମ ପ୍ରକାଶ ମିଶ୍ର ଘୋରନିନ୍ଦା କରିବା ସହ ଖବରଦାତା ଶ୍ରୀ ବରାଳଙ୍କ ନାମ ତୁରନ୍ତ ମାମଲାରୁ ହଟେଇବା ପାଇଁ ସେ ପୁରୀ ଏସପିଙ୍କ ନିକଟରେ ଦାବି କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି