ପାଣି ଟୋପେ ପାଇଁ ଡହକବିକଲ ହେଉଛନ୍ତି ବାଲି କୁଳୁଣ୍ଡା ଗ୍ରାମବାସୀ
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଡାଲବ ପଞ୍ଚାୟତ ବାଲିକୁଳୁଣ୍ଡା ଗ୍ରାମ ରେ ଏବେ ପାନୀୟ ଜଳ ପାଇଁ ଲୋକେ ଡହକବିକଳ ହେବାକୁ ପଡୁଛି। ଗାଁରେ ୫ ଟି ନଳକୂପ ରହିଥିବା ବେଳେ ସେଥିମଧ୍ୟରୁ ଦୀର୍ଘ ବର୍ଷରୁ ତିନୋଟି ଅଚଳାବସ୍ଥା ଓ ଦୁଇଟି ନଳକୂପ ସଚଳ ଅବସ୍ଥାରେ ରହିଛି ସତ କିନ୍ତୁ ଗୋଟିଏ ନଳକୂପରୁ ଲୁହାଗୁଣ୍ଡ ପାଣି ବାହାରୁ ଥିବାରୁ ତାହା ପାନୀୟ ଜଳ ରୂପେ ବ୍ୟବହାର ଯୋଗ୍ୟ ହୋଇପାରୁନାହିଁ। ବାଧ୍ୟ ହୋଇ ଗୋଟିଏ ନଳକୂପ ଉପରେ ଗ୍ରାମ ବାସୀ ନିର୍ଭର କରି ପିଇବା ପାଣି ଟୋପେ ପାଇଁ ନାହିଁ ନଥିବା ଅସୁବିଧାର ସମ୍ବୁଖିନ ହେଉଛନ୍ତି। ସେହିପରି ନାମକୁ ମାତ୍ର ବାଲିକୁଳୁଣ୍ଡା ଗ୍ରାମରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ,ଓଡିଶା ସରକାରଙ୍କ ବସୁଧା ଯୋଜନାରେ ଏକ ପଚାଶ ହଜାର ଲିଟର ବିଶିଷ୍ଟ ଓଭର ହେଡ ପାଣି ଟାଙ୍କି ଦଣ୍ଡାୟମାନ ରହିଛି । ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ତିଆରି ହୋଇଛି ହେଲେ ବାକିରହିଥିବା ସମସ୍ତ କାମ ମନ୍ଥର ଗତିରେ କାମଚାଲିଥିବା ଯୋଗୁଁ ପାନୀୟଜଳ ଟୋପେ ପାଇଁ ଲୋକେ ଛଟପଟ ହେଉଛନ୍ତି।ଏ ନେଇ ବାକି ରହିଥିବା କାମକୁ ବିଭାଗୀୟ ଅଧିକାରୀ ତଥା ଜନ ପ୍ରତିନିଧି ମାନଙ୍କର ତତ୍ପରତା ପ୍ରକାଶ କରି ଗ୍ରାମରେ ପାନୀୟଜଳ ଯୋଗାଣ ହେଲେ ଗ୍ରାମବାସୀଙ୍କ ପାନୀୟଜଳ କଷ୍ଟ ଦୂର ହୋଇପାରିବ ବୋଲି ଗ୍ରାମବାସୀ କହନ୍ତି। ଆବଶ୍ୟକ ପଦ କ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରୁଛନ୍ତି।ଏନେଇ ତୁରନ୍ତ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ଜିଲ୍ଲାପାଳ ଦୃଷ୍ଟି ଦେଇ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରି,ପାନୀୟ ଜଳଯୋଗାଣ ପ୍ରକଳ୍ପ ଯୋଜନା କାର୍ଯ୍ୟ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀଗୋପାଳ ନିଉଜ୍....