Breaking News

ମାଛ ଧରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ

  ସାକ୍ଷୀଗୋପାଳ ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଧାନକେରା ଗ୍ରାମରେ ଗ୍ରାମ କୋଠ ପୋଖରୀରୁ ମାଛ ଧରାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ ଘଟିବା ସହ ୪ଜଣ ଗିରଫ ହୋଇଛନ୍ତି । ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ଅନୁଯାୟୀ ଧାନକେରା ଗ୍ରାମ କୋଠ ପୋଖରୀରେ ମାଛ ଧରାକୁ ନେଇ ଏହି ଗଣ୍ଡଗୋଳ ଘଟିଛି ।  ସେହି ଗ୍ରାମର ବଳଭ୍ରଦ ରାଉତଙ୍କ ଅଭିଯୋଗ କ୍ରମେ ୩୬୧/୨୦ ରେ ଏକ କେସରୁଜ କରି ଚଇନ ପ୍ରଧାନ, ଅନନ୍ତ ପ୍ରଧାନ, ଐଶ୍ୟରୀୟ ପ୍ରଧାନଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି । ସେହିପରି ଅନନ୍ତ ପ୍ରଧାନଙ୍କ ଅଭିଯୋଗ କ୍ରମେ ୩୬୨/୨୦ରେ ସତ୍ୟବାଦୀ ଥାନାରେ ଏକ କେସରୁଜ କରି ବଳଭଦ୍ର ରାଉତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଆଇଆଇସି ଶ୍ରୀ ପାତ୍ରଙ୍କ ଠାରୁ ସୁଚନା ମିଳିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts