ରଘୁନାଥପୁର ବିଦ୍ୟାଳୟ ସିଆରିଆ ଠାରେ ରକ୍ତଦାନ ଶିବିର
କଟକ---- କଟକ ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବିଦ୍ୟାଳୟ ସିଆରିଆ ଠାରେ ଇଣ୍ଡିଆନ ହୁମାନ ରାଇଟ ଡିଫେଣ୍ଡର ଓ ସିିିିିଆରିଆ ଗ୍ରାମର ବାପୁଜୀ ପାଠାଗାର ମିତା ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ମୁଖ୍ୟ ଗୋପାଳ ଚନ୍ଦ୍ର ସାମନ୍ତରାୟ ,ସୁଦିପ୍ତ ସାହୁ, ବିଶ୍ଵରଞ୍ଜନ ସାହୁ ଏବଂ ସମୀର କୁମାର, ସୂର୍ଯ୍ୟକାନ୍ତ ରଣା ଓ ଗୀତା ରାଣୀ ବେହେରା, ମହେଶ୍ୱର ସାହୁ ଓ ମନୋଜ କୁମାର ସାହୁ , ଶିବ କେତନ ମହାନ୍ତି ପ୍ରମୁଖ ବ୍ୟକ୍ତି ଵିଶେଷ ମାନେ ଉପସ୍ଥିତି ଥିଲେ। ଆଖପାଖ ଅଞ୍ଚଳର ଅନେକ ସହୃଦୟ ଯୁବକ ଯୁବତି ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରାୟ 80 ୟୁନିଟ ରକ୍ତ ସଂଗ୍ରହ କାରାଯାଇ ଥିଲା । ସମସ୍ତଙ୍କର ସହଯୋଗ କ୍ରମେ କରୋନା ମାହାମାରୀ ଯୋଗୁ ସାମଜିକ ଦୂରତା କୁ ବଜାୟ ରଖି କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ କରାଯାଇଥିଲା। କଟକ ରୁ ଶିବା କୁମାର