ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ଦ୍ୱାରା 'ବୋନସ ଦିବସ ' ପାଳିତ
ଜଟଣୀ --ସର୍ବଭାରତୀୟ ରେଲୱେ ମେନ୍ସ ଫେଂଡ୍ରେସନ ଏବଂ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିୟନ ନିଷ୍ପତି କ୍ରମେ ପ୍ରତିବର୍ଷ ଅକ୍ଟୋବର ମାସ 20 ତାରିଖକୁ ସର୍ବଭାରତୀୟ 'ବୋନସ ଦିବସ ' ଭାବେ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ ଶ୍ରମିକ ୟୁନିୟନ କାର୍ଯ୍ୟାଳୟ ଗୃହରେ ସର୍ବଭାରତୀୟ 'ବୋନସ ଦିବସ ' ପାଳିତ ହୋଇଯାଇଛି । ଏହି ଦିବସରେ ଶ୍ରମିକ ୟୁନିୟନ ଜେନେରାଲ ସେକ୍ରେଟାରୀ ପ୍ରଦୀପ୍ତ କୁମାର ପାଟ୍ଟସାହାଣୀ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ । ସେ କହିଥିଲେ 1974 ମସିହା ଠାରୁ ବିଗତ ବର୍ଷ ପର୍ଯ୍ୟନ୍ତ ସମସ୍ତ ରେଲୱେ କର୍ମଚାରୀଙ୍କୁ ବୋନସ ମିଳି ଆସୁଥିଲା । କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ବୋନସର କୌଣସି ଘୋଷଣା କରାଯାଇନାହିଁ । ମହାମାରୀ କୋଭିଡ ସମୟରେ ମଧ୍ୟ ରେଲୱେର ପ୍ରତ୍ୟକ କର୍ମଚାରୀ ନିଜ ନିଜର ଜୀବନକୁ ବାଜି ଲଗାଇ କାର୍ଯ୍ୟ କରି ଆସିଛନ୍ତି । ତେଣୁ ଆମେ ଚାହୁଁ ରେଲୱେ କର୍ମଚାରୀ ମାନଙ୍କୁ କୋଭିଡ ଯୋଦ୍ଧା ରୂପେ ଗଣନା କରାଯାଉ । ଆମର ମୁଖ୍ୟ ଉଦ୍ଧେଶ୍ୟ 21/10/20(ବୁଧବାର ) ସନ୍ଧ୍ୟା ସୁଦ୍ଧା ଯଦି କେନ୍ଦ୍ରସରକାର ବୋନସର କୌଣସି ଘୋଷଣା ନ କରନ୍ତି ତେବେ 22/10/20 ଦିନ ମେନ୍ସ ଫେଡରେସନ ସହଯୋଗରେ ସିଧା ସଂଘର୍ଷକୁ ଆହ୍ୱାନ କରିବୁ ଦରକାର ପଡିଲେ ରେଳଗାଡି ଚକାବନ୍ଦ ଆନ୍ଦୋଳନକୁ ଓଲ୍ହାଇବୁ ବୋଲି ଚେତାବନୀ ଦେଇଛନ୍ତି ।ଏହି ସମ୍ମିଳନୀରେ ଶ୍ରମିକ ୟୁନିୟନର କୋଷାଧକ୍ଷ ସୁବ୍ରତ କୁମାର ପଣ୍ଡା, ଜୋନାଲ ଆସିଷ୍ଟାଣ୍ଟ ସେକ୍ରେଟାରୀ ସୁମିତ ମିତ୍ର ଏବଂ ଅଡିସିନଲ ଜେନେରାଲ ସେକ୍ରେଟାରୀ ନିରଂଜନମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଜଟଣୀରୁ --ରଙ୍ଗନାଥ ବେହେରା