Breaking News

ଜଟଣୀରେ ପୋଷଣ ଉଦ୍ୟାନ ଅଭିଯାନ


ଜଟଣୀ -----ସ୍ଥାନୀୟ କୁଦିଆରୀ ଗ୍ରାମର ଦଶଦୋଳ ମେଳଣ ପଡିଆରେ ଅବସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ଉଦ୍ୟାନ ଅଭିଯାନ ପରିପ୍ରେକ୍ଷୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ଏକ ସରକାରଙ୍କ ଅଭିନଵ ଉପାୟ । ରାଜ୍ୟର ସମସ୍ତ ପ୍ରାଥମିକ  ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ  ମଧ୍ୟାହ୍ନ ଭୋଜନରେ କିପରି ପୃଷ୍ଟି ଜାତୀୟ ଖାଦ୍ୟ ପାଇପାରିବେ ଏବଂ ଏହି ଖାଦ୍ୟର ଅଭାବ  ଦୂରଭାବ ପାଇଁ ପ୍ରତ୍ୟକ ବିଦ୍ୟାଳୟର ନିକଟରେ ଏକ ପୋଷଣ ଖାଦ୍ୟ ଉଦ୍ୟାନ ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ ଜଟଣୀ ବ୍ଲକର ବି. ଇ. ଓ. ନିରୁପମା ବେହେରା କୁଦିଆରୀ ଗ୍ରାମର ଦଶଦୋଳ ମେଳଣ ପଡିଆରେ ଅବସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ନିଜ ହସ୍ତରେ ଚାରାରୋପଣ କରିଥିଲେ । ଏବଂ ସେଠାରେ ଉପସ୍ଥିତ ଏ. ବି. ଓ. ମଦନମୋହନ ଭୁଇଆଁ, ସି. ଆର. ସି. ସି. ମାନଗୋବିନ୍ଦ ସାହୁ, ପ୍ରଧାନ ଶିକ୍ଷୟତ୍ରୀ ମମତା ବେହେରା, ସଭାପତି ଅବଦୁଲ ସତ୍ତାର, ପୃବତନ କାଉନସିଲର ଲୁସେନ ରାୟ ପ୍ରମ୍ମୁଖ ଚାରାରୋପଣ କରିଥିଲେ । 
ଜଟଣୀ ରୁ ରଙ୍ଗନାଥ ବେହେରା

Blog Archive

Popular Posts