ସଂଶୋଧିତ ମୋଟର ଯାନ ଆଇନିକୁ ବିରୋଧ
ଭୁବନେଶ୍ୱର---- ବିଭିନ୍ନ ଦାବି ନେଇ ଓଡିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ଭୁବନେଶ୍ୱର ର ମାଷ୍ଟର କ୍ୟାଣ୍ଟିଂନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ସରକାର ମୋଟର ଯାନ ଆଇନିରେ କରିଥିବା ଜନ ବିରୋଧୀ ସଂଶୋଧନ କୁ ଶିଘ୍ର ପ୍ରତ୍ୟାହାର କରିବା ଏବଂ ସେ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଆଇନିକୁ ଓଡ଼ିଶାରେ ନ କରିବାକୁ ସଙ୍ଘ ପକ୍ଷରୁ ଦାବି କରିଛି । ସେହିପରି ପରିବହନ କ୍ଷେତ୍ରରେ କାର୍ଯ୍ୟରତ ସମସ୍ତ ଡ୍ରାଇଭର ଏବଂ ଅନ୍ୟାନ୍ୟ ପରିବହନ ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା କୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ସଂସଦ ରେ ନିର୍ମାଣ ଶ୍ରମିକ ମାନଙ୍କ ଭଳି ଆଇନି ପ୍ରଣୟନ କରିବା ମଧ୍ୟ ଦାବି କରାଯାଇଥିଲା । ଏହା ସହ ରାଜ୍ୟ ସରକାର ମଧ୍ୟ ଏକ ସ୍ୱତନ୍ତ୍ର ସ୍କିମ ମାଧ୍ୟମରେ ଏହି କ୍ଷେତ୍ର ର ଶ୍ରମିକ ମାନଙ୍କ ସାମାଜିକ ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରା ଯାଇଛି।ସେହିପରି ଡ୍ରାଇଭର ଙ୍କୁ କରୋନା ଯୋଦ୍ଧା ଘୋଷଣା ସହିତ ମାସକୁ 10,500 ଟଙ୍କା ଦେବାକୁ ସଙ୍ଘ ଦାବି କରିଛି ନଚେତ ଆଗାମୀ ଦିନରେ ଚକା ବନ୍ଦ ଆନ୍ଦୋଳନ କରାଯିବାକୁ ସଙ୍ଘ ଚେତାବନୀ ଦେଇଛି ।
ଭୁବନେଶ୍ୱର ରୁ ଧୀରେନ୍ଦ୍ର ସେନାପତି