ଟେଲିକମ କମ୍ପାନୀ ରାସ୍ତା ପାର୍ଶ୍ଵରେ ଖୋଲୁଛି ଗାତ, ପୂର୍ତ୍ତି ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ
କଳାହାଣ୍ଡି------ ସରକାର ଜନସ୍ବାର୍ଥ କୁ ଦୃଷ୍ଟି ରେ ରଖି କୋଟି କୋଟି ଟଙ୍କାର ବ୍ୟୟ ଅଟକଳ କରି ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ନିର୍ମାଣ କରାଯାଇଛି । ରାସ୍ତାର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛନ୍ତି ।କିନ୍ତୁ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ଏଥିରେ ଘୋର ଅବହେଳା କରୁଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ମୋଟେର ଠାରୁ ମୁଖୀଗୁଡା ଯାଉଥିବା ପୂର୍ତ୍ତ ବିଭାଗର ରାସ୍ତା ରେ ଟେଲିକମ କମ୍ପାନୀ ଅପ୍ଟିକାଳ ଫାଇବର ତାର ମେସିନ ଯୋଗେ ପୋତୁଛି଼ । କିନ୍ତୁ ବିଭାଗୀୟ ଦେଇଥିବା ନିୟମାବଳୀ କୁ ଉଲଂଘନ କରି ଚାଲିଛି ଏହି କାମ ।ନୀୟମ ଅନୁଯାୟୀ ଉକ୍ତ ଫାଇବାର ତାର କୁ ରାସ୍ତାରୁ ନଅ ମିଟର ଦୁର ରେ ପୋତିବାର ନିୟମ ଅଛି।କିନ୍ତୁ କମ୍ପାନୀ ରାସ୍ତା କୁ ଲାଗି ବଡ଼ ବଡ଼ ଗାତ ଖୋଳିବା ସହ ରାସ୍ତା କୁ ଲାଗି ମେସିନ ମାଧ୍ୟମରେ ସୁଡଙ୍ଗ ଖୋଲି ତାର ବିଛାଉଛି । ଯାହା ଫଳରେ ରାସ୍ତା ହାଲୁକା ହୋଇ ଖୁବ ଶୀଘ୍ର ଦବି ନଷ୍ଟ ହେବାର ସମ୍ଭାବନା ରହିଛି।ଏ ସମ୍ପର୍କରେ ଦାଇତ୍ଵ ରେ ଥିବା ଭବାନୀପାଟଣା ପୂର୍ତ୍ତି ବିଭାଗ କନିଷ୍ଠ ଯନ୍ତ୍ରୀ ଦୁର୍ଗାଚରଣ ଟୁଡୁ ଙ୍କୁ ପଚାରିବାରୁ ବିଭାଗ ତରଫରୁ ଯାଇ କାମକୁ ବନ୍ଦ କରିଥୁଲୁ । କିନ୍ତ ଅନ୍ୟ ଦିନରେ କାମ ନେଇଥିବା ଠିକାଦାର ତାର କାମ କରିନେଇଛି। ଏ ବିଷୟରେ ସ୍ଥାନୀୟ ପୁଲିସ କୁ ମଧ୍ୟ ଅବଗତ କରିଥିବା କହିଥିଲେ । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ପୂର୍ତ୍ତ ବିଭାଗର ଅଧିକାରୀ ମନା କରିବା ସ୍ଵତେ କାହାର ଇଙ୍ଗିତିରେ ସରକାରୀ ନିୟମ କୁ ଖୋଲା ଖୁଲି ଉଲଂଘନ କରି କାମ କରୁଛନ୍ତି ।ଏହି ଘଟଣା କୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହୋଇଛି।ନହେଲେ କୋଟି କୋଟି ଟଙ୍କାର ରାସ୍ତା ଅଳ୍ପ ଦିନ ମଧ୍ୟରେ ନଷ୍ଟ ହେବ ବୋଲି ସାଧାରଣ ରେ ପ୍ରକାଶ ପାଇଛି।ପୂର୍ତ୍ତ ବିଭାଗର ଅଧିକାରୀ ମାନେ ଜାଣିଶୁଣି ଉକ୍ତ କମ୍ପାନୀ କୁ ଗୁପ୍ତରେ ସହଯୋଗ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।
କଲହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ