Breaking News

ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟଣା; ସହାୟତାର ହାତ ବଢାଇଲେ ସ୍ୱର୍ଗତ ମହାରଥିଙ୍କ ଧର୍ମପତ୍ନୀ


 ଡେଲାଙ୍ଗ --------- ଡେଲାଙ୍ଗ ଥାନା ଗଡମୋଟରୀ ଗ୍ରାମ ପଞ୍ଚାୟତ ଅଧିନ ଗଣ୍ଡପଡା ଗ୍ରାମର ଦୁଇ ନାବାଳିକା ପୋଖରୀ ବୁଡି ମୃତ୍ୟୁ ଘଟଣାରେ ବୁଧବାର ସ୍ୱର୍ଗତ ମହାରଥିଙ୍କ ଧର୍ମପତ୍ନୀ ଡ. ପ୍ରତିଭା ମହାରଥୀ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତା ର ହାତ ବଢାଇଛନ୍ତି । ସୁଚନାଯୋଗ୍ୟ ଯେ ଗତ ୭ ଅକ୍ଟୋବର ବୁଧବାର ସକାଳ ୯.୩୦ରେ ଗଣ୍ଡପଡା ଗ୍ରାମର ବିରଞ୍ଚି ବେହେରାଙ୍କ ଝିଅ ଲିଜାରାଣୀ (୧୧) ଓ ବିଜୟ ବେହେରାଙ୍କ ଝିଅ ଦିପ୍ତିମୟୀ (୯) ଘର ପାଖରେ ପୋଖରୀକୁ ଗାଧେଇବାକୁ ଯାଇଥିଲେ ।  ଅସାବଧାନତା ଯୋଗୁ ଦୁଇଜଣ ଯାକ ପାଣିରେ ବୁଡି ପ୍ରାଣ ହରାଇଥିଲେ । ଏହି ଦୁଃଖଦ ଘଟଣା ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଶୋକର  ଛାୟା ଖେଳିଯାଇଥିଲା । ଘଟଣା ବିଷୟରେ ଅବଗତ ହୋଇ ସ୍ୱର୍ଗତଃ ମହାରଥିଙ୍କ ଧର୍ମପତ୍ନୀ ଆଜି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଉଭୟ ପରିବାରକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଡଃ ମହାରଥିଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ । ଆଗାମି ଦିନରେ ଡେଲାଙ୍ଗ ପିପିଲି ଅଞ୍ଚଳର  ଲୋକଙ୍କ ସେବା କରି ସ୍ୱର୍ଗତଃ ମହାରଥିଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ  ଡ. ପ୍ରତିଭା ମହାରଥୀଙ୍କୁ ଆଗେଇ ଆସିବାକୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ,ଗଡମୋଟରୀ ପଞ୍ଚାୟତର ସରପଞ୍ଚଙ୍କ  ପ୍ରତିନିଧି ରମଣୀ ରଞ୍ଜନ ଚମ୍ପତିରାୟ ପ୍ରମୂଖ ଉପସ୍ଥିତ ରହିଥିଲେ । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts