ଗବକୁଣ୍ଡ କଟ୍ରେ ବନ୍ୟାଜଳ ଖଲାସ ହେବାରେ ବାଧକ ସାଜିଛି ପଟୁମାଟି ଗଦା ; ଜଳ ସମ୍ପଦ ବିଭାଗ ପ୍ରତି ବର୍ଷ ନଦୀ ବନ୍ଧ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ
ସାକ୍ଷୀଗୋପାଳ ---- ପୁରୀ ଜିଲ୍ଲାରେ ପ୍ରବାହିତ ଭାର୍ଗବୀ ନଦୀର ବନ୍ୟାଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର ଓ ଜଳ ସେଚନ ବିଭାଗର ମିଳିତ ସହଯୋଗରେ ଗବକୁଣ୍ଡ ନିକଟରେ ଏକ କଟ୍ କରାଯାଇଛି । ଯାହାକି ନୂଆନଇ ନାମରେ ବେଶ ପରିଚିତ । ଯାହା ଫଳରେକି ଭାର୍ଗବୀ ନଦୀର ବନ୍ୟା ଜଳ ପ୍ରବାହିତ ହେଲେ ଗବକୁଣ୍ଡ କଟ ଦେଇ ବା ନୂଆନଇ ପଟେ ଖଲାସ ହୋଇଥାଏ । ଏବେ ବନ୍ୟାଜଳ ନିଷ୍କାସନରେ ବାଧକ ସାଜିଛି ପଟୁ ମାଟିଗଦା । ଗବକୁଣ୍ଡ କଟ୍ରେ ପ୍ରାୟ ୩ କି,ମିବ୍ୟାପି ଏହି ପଟୁମାଟି ଗଦା ହୋଇ ରହିଛି ।ଏ ସମ୍ପର୍କରେ ପୁରୀ ଜଳସମ୍ପଦ ବିଭାଗର ଅଧିକାରୀ ମାନେ ଅବଗତ ରହିଥିଲେ ମଧ୍ୟ ଉଦାସୀନ ରହୁଛନ୍ତି ବୋଲି ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ହେଉଛି । ସୁଚନା ଯୋଗ୍ୟ ଯେ ଗବକୁଣ୍ଡ କଟ୍ରେ ନିର୍ଗତ ବନ୍ୟାଜଳ ର ସ୍ରୋତ ଦୁଇ ଭାଗ ହୋଇ ଯାଉଛି । ଗୋଟିଏ ପଟେ ନଦୀରେ ପଟୁମାଟି ଓ ବାଲି ଜମା ହୋଇ ରହୁଥିବାରୁ ବନ୍ୟା ଜଳ ନଦୀର ବନ୍ଧ ପାଶ୍ୱର୍ ଦେଇ ପ୍ରବାହିତହେଉଛି । ଯାହା ଫଳରେକି ଜଳସ୍ରୋତରେ ଜମାରସୁଆଁ ଗ୍ରାମ ଠାରୁ ପ୍ରାୟ ୨ରୁ ୩ କି,ମି କଟ ନଦୀବନ୍ଧ ଦୁଇ ଫାଳ ହୋଇ ଫାଟି ଯାଉଛି । ଏପରିକି ଉକ୍ତ ବନ୍ଧରେ ଯିବା ଆସିବା କରିବା କଷ୍ଟକର ହୋଇ ପଡିଥାଏ । ଏ ସମ୍ପର୍କରେ ବିଭିନ୍ନ ଗଣ ମାଧ୍ୟମ ସହିତ ସାକ୍ଷୀଗୋପାଳ ନିୟୁଜ( ସୋସିଆଲ ମିଡିଆ)ରେ ଏହା ପ୍ରକାଶ ପାଇଥିଲା । ଏହି ବନ୍ଧ ଫାଟିବା ପ୍ରାୟ ୧୫ ବର୍ଷ ଧରି ହୋଇ ଆସୁଛି । ପୁରୀ ଜଳ ସମ୍ପଦ ବିଭାଗ ପକ୍ଷରୁ ପ୍ରତି ବର୍ଷ ୧୦ ରୁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନଦୀବନ୍ଧ ମରାମତି କରାଯାଉଛି । ଅନ୍ୟ ପକ୍ଷେ ଜଳ ସମ୍ପଦ ବିଭାଗର ଏହି ବନ୍ଧ ମରାମତି କରିବା ବାହାନାରେ ଠିକାଦାର ଓ ଅଧିକାରୀ ମାନଙ୍କର ଏକ ଭଲ ବାର୍ଷିକ ରୋଜଗାର ବୋଲି ଦିବାକର ମହାପାତ୍ର, ରବି ନାରାୟଣ ସ୍ୱାଇଁ, ଅରୁଣ କୁମାର ନାୟକ, ପ୍ରଫଲ କୁମାର ମିଶ୍ର ଅଭିଯୋଗ କରିନ୍ତି । ଏହାର ସ୍ଥାୟୀ ପ୍ରତିକାର ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ପୁରୀ ସଦର ଜଳ ସେଚନ ବିଭାଗର ଅଧିକାରୀ ମାନେ ଚୁପ ହୋଇ ରହୁଛନ୍ତି । ଏହାର କାରଣ କ’ଣ ଜଣାପଡୁନାହିଁ । ସୁଚନାଯୋଗ୍ୟ ଯେ ସେ ସମୟରେ ଗୋପବନ୍ଧୁଙ୍କ ଚିନ୍ତାଧାରାକୁ ବିଜୁବାବୁ ସାକାର କରିଥିଲେ ଏହି କଟ କରି । ଏହି କଟ୍ ହେବା ଦ୍ୱାରା ଭାର୍ଗବୀ, ଦୟା, କୁଶଭଦ୍ରା, ରାଜୁଆ, ମକରା, ରତ୍ନଚିରା, କଞ୍ôଚି ଆଦି ନଦୀର ବନ୍ୟାଜଳ ନିୟନ୍ତ୍ରଣ କରାଯାଇ ପାରୁଛି । କଟ ମଝିରେ ପ୍ରାୟ ୩ କି,ମି ଧରି ପଟୁ ମାଟି ଓ ବାଲି ପାହଡପରି ଗଦା ହୋଇ ରହିଥିବା ପଟୁମାଟିକୁ ଖୋଳି ବାହାର କରିଲେ ଗୋଟିଏ ପଟେ ସରକାରଙ୍କର ରାଜସ୍ୟ ପାଇବା ସହ ପ୍ରତିବର୍ଷ ଯେଉଁ ଜଳ ସମ୍ପଦ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହା ରୋକା ଯାଇ ପାରନ୍ତା ବୋଲି ଜନସାଧାରଣଙ୍କ ପକ୍ଷରୁ ଜିଲ୍ଲାପାଳ ନଜର ଦେବାକୁ ଦାବି କରାଯାଇଛି । ଉକ୍ତ ମାଟି ଗଦାକୁ ବାହାର କରି ବନ୍ୟା ଜଳ ସଠିକ ନିଷ୍କାସନ କରାଯିବାକୁ ଭାର୍ଗବୀ ନଦୀ ବନ୍ଧ ସୁରକ୍ଷା ମଞ୍ଚ ଆବାହକ ରାମଚନ୍ଦ୍ର ଦାଶ, ଚନ୍ଦ୍ର ଶେଖର ଦାଶ, ପୂର୍ଣ୍ଣ ଚନ୍ଦ୍ର ବେହେରା, ପ୍ରଫୁଲ ଚନ୍ଦ୍ର ମହାପାତ୍ର ପ୍ରମୁଖ ବୁଦ୍ଧିଜୀବୀ ଓ ଲୋକ ପ୍ରତିନିଧି ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି