ବକୁଳବନରେ କୁମାରପୂର୍ଣ୍ଣିମା ଉତ୍ସବ ପାଳିତ
ବିଶେଷ କରି ଯେଉଁ ପଞ୍ଚସଖା କୁମାର ପୂର୍ଣ୍ଣିମା ତିଥିରେ ବକୁଳବନ ବା ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଯେଉଁ ସ୍ୱପ୍ନ ଦେଖଥିଲେ ତାହାକୁ ମନେ ରଖିବା ବା ଓଡିଆ ଯୁବକ ମାନଙ୍କ ମଧ୍ୟରେ ଜ୍ରାଗତ କରିବା ପାଇଁ ଆଜିର କାର୍ଯ୍ୟକ୍ରମ ବୋଲି ସମାଜସେବି ହାପି ରଥ କହିଛନ୍ତି । ଏହି ଅବସରରେ ପିଠା ପ୍ରସାଦ ଭାବେ ବିତରଣ କରାଯାଇଥିଲା । ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଉପସ୍ଥିତ ଥିବା ଯୁବକ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସେଠାରେ ଏକ ଦେଶପ୍ରେମ ଜାଗ୍ରତ ହୋଇଥିବାର ଦେଖାଯାଇଥିଲା । ପଣ୍ଡିତ ଗୋପବନ୍ଧୁ ଅମର ରହେ, ପଞ୍ଚସଖା ଅମର ରହେ ଆଦି ସ୍କୋଗାନରେ ବକୁଳବନ କମ୍ପିତ ହୋଇଉଠିଥିଲା । ସେହିପରି ସେବକସାହିରୱାର୍ଡ ସଭ୍ୟ ହାଡିବନ୍ଧୁ ମହାପାତ୍ରଙ୍କ ସହିତ ଅନ୍ୟ ମାନେ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମାନସ ଦାଶ, ବିପିନି ମହାନ୍ତି, ଦୀଲିପ ଧାଉଡିଆ, ଆଲୋକ ଖୁଣ୍ଡିଆ, ନିଶିକାନ୍ତ ପ୍ରଧାନ, ବ୍ରଜ କିଶୋର ସାହୁ, ଅଜୟ ପ୍ରଧାନ, ବିଶ୍ୱଜିତି ପରିଡା, ଟୁନା ସାହୁ, ଆଇନଜୀବୀ ଦିପକ ପଣ୍ଡା, ସତ୍ୟନାରାୟଣ ସାହୁ, ସନ୍ତୋଷ ବିନ୍ଦାଣି, ଲକ୍ଷ୍ମୀଧର ସାହୁ, ଅଭିଜିତି ସେନାପତି , ସାମ୍ବାଦିକ ଅମର ଶତପଥୀ, ତୁଷାର ରଞ୍ଜନ ନାୟକ ପ୍ରମୁଖ ଯୋଗ ଦେଇଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି