ଧଉଳି ଟ୍ରାଫିକ୍ ଛକ ନିକଟରେ ଦୁର୍ଘଟଣା : ଜଣେ ବୃଦ୍ଧା ମୃତ୍ୟୁ, ଚାରିଜଣ ଗୁରୁତର
ଧଉଳି:- ଭୁବନେଶ୍ଵର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ଧଉଳି ଟ୍ରାଫିକ୍ ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ , ଏକ ଅଟୋରେ ୫ ଜଣ ଭୁବନେଶ୍ଵରରୁ ନିମାପଡା ଅଭିମୁଖେ ଯାଉଥିଲେ । ଧଉଳି ଟ୍ରାଫିକ ଛକ ନିକଟରେ ରଙ୍ଗ ରୁଟରେ ଆସୁଥିବା ଏକ କାର୍ ଅଟୋଟିକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ୫ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଚାରିଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ଜଣାପଡିଛି ।
ଭୁବନେଶ୍ୱର ଧୀରେନ୍ଦ୍ର ସେନାପତି