Breaking News

୨୬ବର୍ଷ ପରେ ଅଭିଯୁକ୍ତ ଗିରଫ; ଭାର୍ଗବୀ ନଦୀ ଉପରେ ସେତୁ ପାଇଁ କରିଥିଲେ ଆନ୍ଦୋଳନ


 ସାକ୍ଷୀଗୋପାଳ  ------ ସୁଆଣ୍ଡୋ ସେତୁ ପାଇଁ ୨୬ ବର୍ଷ ତଳେ କରିଥିଲେ କିଛି ଲୋକମାନେ କରିଥିଲେ ଆନ୍ଦୋଳନ । ଏବେ ସେମାନଙ୍କ ମଧ୍ୟରୁ ବଳଙ୍ଗା ପୋଲିସ ୫ଜଣଙ୍କୁ ମଙ୍ଗଳବାର ରାତିରେ ଉଠାଇ ନେଇଥିଲା । ସତେ ଯେପରି ଏମାନେ ମଣିଷ ମାରିଛନ୍ତି ବା ଚୋରୀ , ଡକାୟତି କେସରେ ଜଡିତ । ଅନ୍ୟ ୪୧ ଜଣ ଏହା ଜାଣିବା ପରେ ବୁଧବାର ଦିନଏକ ସଙ୍ଗେ ପୁରୀ ଏଡିଜିଏମଙ୍କ କୋର୍ଟରୁ ଜାମିନିରେ ଆସିଥିବା ଜଣାପଡିଛି । ପକୃତ ପକ୍ଷେ ଏହି କେସରେ ୪୯ ଜଣଙ୍କ ନାମରେ ମାମଲା ରହିଛି । ସେମାନଙ୍କ ମଧ୍ୟରୁ ତିନିଜଣ ମୃତ୍ୟୁ ବରଣ କରି ସାରିଲେଣି ।  ଏମାନେ ଜନସାଧାରଣ ବା ସତ୍ୟବାଦୀର ଉନ୍ନତି ପାଇଁ ସେତୁ ନିର୍ମାଣ ପାଇଁ କରିଥିଲେ ଆନ୍ଦୋଳନ । ପରାଧିନ ଭାରତରେ ଇତିହାସ ପୁଷ୍ଠା ଓଲଟାଇଲେ ମହାତ୍ମାଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ନେତା ମାନେ ଦେଶ ପାଇଁ ଆନ୍ଦୋଳନ କରିଥିବାର ନଜିର ରହିଛି । ହଜାର ଜହାର ସଂଖ୍ୟାରେ ଲୋକମାନେ ଗିରଫ ହୋଇଥିଲେ । ଦେଶ ସ୍ୱାଧୀନତା ପରେ ଆନ୍ଦୋଳନ କାରୀଙ୍କ ନାମରେ ରହିଥିବା ମାମଲା ଗୁଡିକ ପ୍ରତ୍ୟାହାର ହୋଇଯାଇଥିଲା । ମାତ୍ର ସୁଚନାଯୋଗ୍ୟ ଯେ ସତ୍ୟବାଦୀ, ଗୋପ, ନିମାପଡା, ବଳଙ୍ଗା, ପୁରୀ ସଦରବ୍ଳକର ପ୍ରାୟ ଶତାଧିକ ଗ୍ରାମର ୧୦ ଲକ୍ଷ ଲୋକଙ୍କ ଗମନାଗମନ ର ସୁବିଧା ଓ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଗ୍ରାମ ନିକଟରେ  ସୁଆଣ୍ଡୋ ସେତୁ ନିର୍ମାଣ ପାଇଁ ୧୯୯୪ ମସିହାରେ ଏକ ଆନ୍ଦୋଳନ କରାଯାଇଥିଲା । ତାହା ଆସ୍ତେ ଆସ୍ତେ ତିୀ୍ରବତର ହେବାକୁ ଲାଗିଲା । ଆନ୍ଦୋଳନକାରୀଙ୍କ ସଂଖ୍ୟା ଦିନକୁ ଦିନ ବଡିବାରେ ଲାଗିଲା । ଆନ୍ଦୋଳନ କାରୀ ମାନେ ଧର୍ଯ୍ୟହରା ନ ହୋଇ  ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଜାରି ରଖିଥଲେ । ଏହି ଆନ୍ଦୋଳନରେ ବଳପୁର, ଗୁଆଳିଗୋରଡା, ଖଡିକୁଦା, ମଧ୍ୟକଣ୍ଡ, ରାୟଖଣ୍ଡି, ବିଦ୍ୟାଧରପୁର, ମାଧିପୁର, କଅଁଳପଡା, ଡିହସାହି, ସୁଆଣ୍ଡୋ, ବିଲସାହି, ପରଜାପଡା, ଆଦି ପ୍ରାୟ ୫୦ଖଣ୍ଡ ଗ୍ରାମର ଶତାଧିକ ଲୋକ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଶେଷରେ ରାଜ୍ୟ ସରକାର ସେତୁ ନିର୍ମାଣ କରାଯିବ ବୋଲି ବିଧିବଦ୍ଧ ଘୋଷଣା କରିବା ପରେ ଆନ୍ଦୋଳନପ୍ରତ୍ୟହୃତ ହୋଇଥିଲା । ଏହି ଆନ୍ଦୋଳନରେ ଗୋବିନ୍ଦ ମହାପାତ୍ର, ରତିକାନ୍ତ ମିଶ୍ର, ରଘୁନାଥ ମହାପାତ୍ର, ଧୁଶାସନ ବେହେରା, ଗଙ୍ଗାଧର ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ୧୯୯୪ ମସିହାରେ କରାଯାଇଥିବା ମାମଲା ସମ୍ପର୍କରେ ୨୦୧୧ ମସିହା ପର୍ଯ୍ୟନ୍ତ ଆନ୍ଦୋଳନ କାରୀ ମାନେ ଜାଣିନଥିଲେ । ୨୦୧୧ ମସିହାରେ ଜାମିନି ବିହୀନ ଗିରଫ ପରୱାନା ବଳରେ କେତେଜଣଙ୍କୁ ପୋଲିସ ଗିରଫ କରିବା ପରେ ଅନ୍ୟ ମାନେ ଜାମିନିରେ ଆସିଥିଲେ । ୧୯୯୫ ମସିହା ଜୁନ ୧୯ ତାରିଖରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକି ବଲ୍ଲଭ ପଟ୍ଟନାୟକ, ପୁର୍ତ୍ତମନ୍ତ୍ର ହରିହରସ୍ୱାଇଁ, ସମାଜର ସମ୍ପାଦକ ପଦ୍ମଭୁଷଣ ଡ. ରାଧାନାଥ ରଥ, ସତ୍ୟବାଦୀ ବିଧାୟକ ପ୍ରସାଦ ହରିଚନ୍ଦନଙ୍କ ସହିତ ବିଭାଗୀୟ ଅଧିକାରୀ ଓ ଆଖପାଖ ଗ୍ରାମର ୨୦ ହଜାର ଜନସାଧାରଣଙ୍କ ଉପସ୍ଥିତିରେ ଶିଳାନ୍ୟାସ କରାଯାଇଥିଲା ।  ସେ ସମୟରେ ୩କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ଏହି ସେତୁ ନିର୍ମାଣ କରାଯାଇଥିଲା । ୨୦୦୦ ମସିହା ଜୁନ ୩ ତାରିଖରେ ତତ୍‌କାଳୀନ ମୁଖ୍ୟମନନ୍ତୀ ହେମାନନ୍ଦ ବିଶ୍ୱାଳ ଓ ବିଧାୟକ ପ୍ରସାଦ ହରିଚନ୍ଦନ ଓ ଜିଲ୍ଲାପାଳଙ୍କ ଉପସ୍ଥିତିିରେ ସୁଆଣ୍ଡୋ ସେତୁ ଲୋକାର୍ପଣ କରାଯାଇଥିଲା । ଏହି ସେତୁ ଦେଇ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ମୁଖ୍ୟ ଶାସନ ସଚ୍ଚିବ, ପୋଲିସ ଡିଜିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ପଣ୍ଡିତ ଗୋପବନ୍ଧୁଙ୍କ ଷଠିଘରକୁ ପରିଦର୍ଶନରେ ଆସିଛନ୍ତି । ଏବେ ପ୍ରଶ୍ନ ଉଠିଛି ଜନସ୍ୱାର୍ଥପାଇଁ ଆନ୍ଦୋଳନକରି  ଏବେ ସେମାନେ କାଠଗଡାରେ ଠିଆ ହେବାକୁ ପଡିଛି ବୋଲି ଲୋକମାନେ କହଉଛନ୍ତି । ୨୬ ବର୍ଷ ତଳେ ସେତୁ ନିର୍ମାଣ ପାଇଁ ଆନ୍ଦୋଳନ କରିଥିଲେ । ୨୦ ବର୍ଷ ହେବ ସେତୁ ନିର୍ମାଣ ସରି ଜନସାଧାରଣ ବ୍ୟବହାର କରୁଛନ୍ତି । ଆନ୍ଦୋଳନକାରୀଙ୍କ ନାମରେ ୨୬ ବର୍ଷ ହେବ ମାମଲା ଗଡୁଛି ।  ଜିଲ୍ଲା ପ୍ରଶାସନ ଏହି ମାମଲା ସମ୍ପର୍କରେ ସବୁ ଜାଣି ମଧ୍ୟ କାହିଁକି ଚୁପ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ଯେଉଁ ସେତୁ ପାଇଁ ଆନ୍ଦୋଳନ ହୋଇଥିଲା ସେହି ସେତୁ ସରକାର ନିର୍ମାଣ କଲେ, ଲୋକମାନେ ଏହାର ଫାଇଦା ନେଲେ ମାତ୍ର ଆନ୍ଦୋଳନ କାରୀଙ୍କ ନାମରେ ଏବେବି ମାମଲା ଚାଲିଛି । ବୁଦ୍ଧିଜୀବି ମାନେ କହନ୍ତି ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଏଥିପ୍ର୍‌ତି ଦୃଷ୍ଟି ଦେବା ସହ ଆନ୍ଦୋଳନକାରୀଙ୍କ ନାମରେ ଗଡୁଥିବା ମାମଲା  ସରକାର ପ୍ରତ୍ୟାହାର କରିବା ପାଇଁ ଜନସାଧାରଣରେ ଦାବି ହେଉଛି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts