Breaking News

ଫୁଟି ବାସୁଛି ଯୁବ ପ୍ରତିଭା,ସରକାର ଦୃଷ୍ଟି ଆଢ଼ୁଆଳରେ ରହିଛି



ଭେଡେନ ବ୍ଲକରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍:- ଏପରିକି ଗାଁ ଗଣ୍ଡାରେ କିଛି ପ୍ରତିଭା ରହିଯାଇଛନ୍ତି । ସେମାନେ ସରକାର ଙ୍କ ନଜରକୁ ଆସିପାରୁ ନାହାନ୍ତି । ଏବେ ସାକ୍ଷୀଗୋପାଳ ନିଉଜ ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଆରମ୍ଭ କରିଛି ପ୍ରୟାସ । ଯାହା ଦେଖିବାକୁ ମିଳିଛି ଏକ ଅନନ୍ୟ ପ୍ରତିଭା ଯୁବ ଶିଳ୍ପୀ କାର୍ତିକଙ୍କ କ୍ଷେତ୍ରରେ।ବରଗଡ ଜିଲ୍ଲା ଭେଡେନ ବ୍ଲକ ଭେଡେନ ସହର ର ଘାସିରାମ ନାୟକ ମାଁ ସନ୍ତୋଷିନୀ ନାୟକଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।ବଡ଼ ପୁଅ କାର୍ତିକ ନାୟକ ଜଣେ ବାଲୁକାଶିଳ୍ପୀ ଅଟନ୍ତି।ସେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବାଲୁକା ଚିତ୍ର କଳା ପ୍ରଦର୍ଶନ କରିଛନ୍ତି।
ଭେଡେନରୁ ଥୁଆପାଲି ରାସ୍ତାର ଦନ୍ତା ନଦୀ କୂଳରେ ଏଥର କରୋନା-୧୯  ମହାମାରୀ ରୋଗକୁ କିପରି ପ୍ରତିହତ କରି ପର୍ବ ପର୍ବାଣିରେ ତଥା ଦଶହରା ପୂଜା ଉପଲକ୍ଷେ ବଳି ପ୍ରଥା କିପରି ବନ୍ଦ ହେବ ସେ ନେଇ ବାଲୁକା ମାଧ୍ୟମ ରେ ସଚେତନତା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି।ପିଲା ଦିନରୁ ମାଟିର ମୂର୍ତ୍ତି ତିଆରି କରିବା ସହ ନଦୀକୁ ଗାଧୋଇବାକୁ ଯିବା ସମୟରେ ବାଲୁକାରେ ଖେଳି ଖେଳି ମୂର୍ତ୍ତୀ ତିଆରି କରିବାପାଇଁ ଆଗ୍ରହ ସୃଷ୍ଟି ହୋଇଥିଲା।ପରେ ବାଲୁକାରେ ବଡ ବଡ ମୂର୍ତ୍ତୀ ତିଆରି କରି ସଫଳ ହେଲେ ତାପରେ କୋଣାର୍କ ଉତ୍ସବ ଚନ୍ଦ୍ରଭାଗା ଠାରେ ଅନୁଷ୍ଠିତ ବାଲୁକା କଳା ପ୍ରତିଯୋଗୀ ତାରେ ୨୦୧୮ ଡିସେମ୍ବର ମାସ ୧ତାରିଖ ରୁ ୫ତାରିଖରେ ଅଂଶ ଗ୍ରହଣ କରି ସଫଳତା ଗୋଟାଇ ଦ୍ଵିତୀୟ ହୋଇ ଉପଢୌକନ, ମାନପତ୍ର ସହ ସମ୍ବର୍ଦ୍ଧିତ ହୋଇ ଥିଲେ।ଏବେ କିନ୍ତୁ ସାରା ବିଶ୍ୱ ସମାଜ କୁ କରୋନା ଭଳି ମହାମାରୀ ଗ୍ରାସୀ ଲୋକଙ୍କ ଜୀବନକୁ ଥରାଇ ଦେଇ ଉଭୟ ରାଜ୍ୟ ତଥା କେନ୍ଦ୍ର ସରକାର କଟକଣା ଜାରି କରି ଦୃଢ଼ ପଦକ୍ଷେପ ଗ୍ରହଣ କରିଛନ୍ତି।ଏନେଇ ସେଇ ଯୁବ ପ୍ରତିଭା ବାଲୁକାଶିଳ୍ପୀ କାର୍ତିକ ଦନ୍ତା ନଦୀରେ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି। କରୋନା ମହାମାରୀ ରୋଗକୁ କିପରି ଭାବେ ଦୂରେଇ ହେବ,ସେ ବାଲୁକା ଶିଳ୍ପରେ ନିଜର ଅଭିନବ କଳା ପ୍ରଦର୍ଶନ କରିଛନ୍ତି।ହାତ ଧୋଇବା, ମୁହଁ ରେ ମାକ୍ସ ପରିଧାନ କରିବା, ସାମାଜିକ ଦୂରତା ଅବଲମ୍ବନ କରିବା।ଏହା ସହିତ ଯାନିଯାତ୍ରାରେ ତଥା ଦଶହରା ପୂଜା ଉପଲକ୍ଷେ ମାଁ ଦୂର୍ଗା ଓ ସମଲେଶ୍ୱରୀ ମୁହଁ ତିଆରି କରି,ପଶୁ ବଳି ନିଷେଧ କରି,ପଶୁ, ପକ୍ଷୀ ମାନଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ରକ୍ଷା କରିବା ବାଲୁକା ଚିତ୍ର ମାଧ୍ୟମରେ ସାମାଜିକ ବାର୍ତ୍ତ ପ୍ରଦାନ କରିଛନ୍ତି।ଏହି ବାଲୁକା ଚିତ୍ର ପ୍ରଦାନ ମାଧ୍ୟମରେ ନିଜ ଗ୍ରାମ,ଜିଲ୍ଲା, ଓଡିଶା,ଭାରତ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବା ପାଇଁ ଚେଷ୍ଟା କରୁଛନ୍ତି।କାର୍ତିକ ଗରିବ ପରିବାରର ହୋଇଥିବାରୁ ତାଙ୍କୁ ସରକାରୀ ସ୍ତରରେ କିମ୍ବା ବେସରକାରୀ ସଂସ୍ଥା ସାହାଯ୍ୟ ଯୋଗାଇ ଦେଲେ ଏହି ବାଲୁକା କଳା ବହୁ ଆଗକୁ ନେଇ ପାରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।ଗତକାଲି ଖବର ପାଇ ଦନ୍ତା ନଦୀ କୂଳରେ ପହଞ୍ଚି ଥିଲେ ସ୍ଥାନୀୟ ଭେଡେନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଶୁ କବି ମୂରଲୀଧର ନାୟକ ବାଲୁକା ଚିତ୍ର ଦେଖି ପ୍ରଶଂସା କରିବା ସହିତ କାର୍ତିକ ନାୟକଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ପ୍ରଶାସନିକ ସ୍ତରରେ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ।ଏହା ସହିତ ବିଭିନ୍ନ ଖବରକାଗଜ ପ୍ରତିନିଧି ଓ ଇଲେ କ୍ଟ୍ରୋନିକ ଗଣମାଧ୍ୟମର ପ୍ରତିନିଧି ମାନେ ଆସି ଚିତ୍ର ଉତ୍ତୋଳନ କରି ନାୟକଙ୍କ ବାଲୁକା ଶିଳ୍ପର ପ୍ରଚାର ଓ ପ୍ରସାର ଦିଗରେ ସହଯୋଗ କରୁ ଛନ୍ତି।ଏହା ସହିତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଜନସାଧାରଣ ଆସି ବାଲୁକା ଚିତ୍ର ଶିଳ୍ପ ଦେଖିବାକୁ ଆସୁ ଛନ୍ତି।ଏହା ଦେଖି ଆମ ଗ୍ରାମାଞ୍ଚଳରେ ଏପରି ବାଲୁକାଶିଳ୍ପୀ ଅଛନ୍ତି ବୋଲି ପ୍ରକାଶ କରିଛନ୍ତି।ସେ କିପରି ଆନ୍ତ ର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବେ। ଜନସାଧାରଣଙ୍କ ଆଶୀ ର୍ବାଦ କାମନା କରିବା ସହ ଯେଉଁ ମାନେ ତାଙ୍କର ବାଲୁକା ଚିତ୍ର ଦେଖି ବାକୁ ଆସୁଛନ୍ତି ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଭେଡେନରୁ ଭବାନୀ ଶଙ୍କର ପାଢ଼ୀଙ୍କ ରିପୋର୍ଟ ସାକ୍ଷୀ ଗୋପାଳ ନିଉଜ୍....

Blog Archive

Popular Posts