ସତ୍ୟବାଦୀରେ ମନରେଗା ଯୋଜନାରେ ନଡିଆ ଚାରା ଯୋଗାଣରେ ମହାଦୁର୍ନିତି; ଭିଜିଲାନ୍ସସ ତଦନ୍ତ ଦାବି କଲା ନଡିଆ ଚାଷୀ ସଂଗଠନ
ସାକ୍ଷୀଗୋପାଳ ------ ରାଜ୍ୟ ସରକାର ଜନସାଧାରଣଙ୍କ ପାଇଁ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଏହି ଯୋଜନା କାର୍ଯ୍ୟକାରୀ କରିବାକୁ ଥିବା ବ୍ଳକ ଅଧିକାରୀ ମାନେ ଅସାଧୁ ବ୍ୟବସାୟୀଙ୍କ ସହିତ ହାତ ମିଳାଇ ସରକାରଙ୍କ ଯୋଜନା ଗୁଡିକକୁ ବିଫଳ କରୁଛନ୍ତି ବୋଲି ସ୍ଥାନୀୟ ଚାଷୀମାନେ ଅଭିଯାଗ ଆଣିଛନ୍ତି । ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକରେ ମନରେଗା ଯୋଜନାରେ ନଡିଆ ଚାରା ଯୋଗାଣରେ ମହା ଦୁର୍ନୀତି ଭୁଜିଲାନ୍ସସ ଦ୍ୱାରା ତଦନ୍ତ କରିବା ପାଇଁ ନଡିଆ ଚାଷୀ ସଂଗଠକ ମାନେ ଦାବୀ କରିଛନ୍ତି । ସୁଚନା ଯୋଗ୍ୟ ଯେ ଚଳିତ ଫନି ବାତ୍ୟାରେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ନଡିଆ ଚାଷ ସମ୍ପୁର୍ଣ୍ଣ ଧ୍ୱସଂ ହୋଇପଡିଛି । ଏହାକୁ ଲକ୍ଷ୍ୟ କରି ରାଜ୍ୟ ସରକାର ବାତ୍ୟାରେ ଭାଙ୍ଗିଥିବା ନଡିଆ ଗଛ ପ୍ରତି ୫ଶହ ଟଙ୍କା ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ମାତ୍ର ସେଥିରେ ପକୃତ ନଡିଆ ଚାଷୀ ସହାୟତା ନ ପାଇ ଉଦ୍ୟାନ ବିଭାଗର ଅଧିକାରୀଙ୍କ ମନଛୁଆଁ ଲୋକମାନେ ସହାୟତା ରାଶି ପାଇଲେ ।ଏବେ ବି ନଡିଆ ଚାଷୀ ରାଜ୍ୟ ସରକାରଙ୍କ ସହାୟତା ରାଶି ପାଇବାରୁ ବଞ୍ଚିତ ଅଛନ୍ତି । ଯେଉଁପରି କାଳିଆ ଯୋଜନାରେ ସରକାରୀ କର୍ମଚାରୀଙ୍କୁ ପ୍ରଥମେ ସହାୟତା ପ୍ରଦାନ କରାଗଲା ମାତ୍ର ନୀରିହ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ରହିଗଲେ ।
ସତ୍ୟବାଦୀ ବ୍ଳକରେ ୧୭ଟି ପଞ୍ଚାୟତରେ ପ୍ରଥମ କରି ମନରେଗା ଯୋଜନାରେ ନଡିଆ ଚାଷ ବୃଦ୍ଧି କରିବା ପାଇଁ ଯୋଜନା ପ୍ରଣୟନ କରାଯାଉଛି । ଉଦ୍ୟାନ ବିଭାଗକୁ ଦାୟତ୍ୱ ଦିଆଯାଇଛି । ଯେଉଁମାନଙ୍କର ଜବକାଡ ଥିବ ସେମାନେ ଏହି ଯୋଜନାରେ ସାମିଲ ହୋଇ ପାରିବେ । ଜବକାଡ, ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାରକାର୍ଡ ସହିତ ନଡିଆ ଛାଷ କରିବା ପାଇଁ ଦରଖାସ୍ତ କରିବେ । ଉଦ୍ୟାନ ବିଭାଗ ପ୍ରତି ପଞ୍ଚାୟତକୁ ନଡିଆ ଚାରା ଯୋଗାଇ ଦେବା ପରେ ନଡିଆ ଗଛ ଲଗାଇବା ପାଇଁ ଗାତ ଓ ସାର ପାଇଁ ହିତାଧିକାରୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଉଦ୍ୟାନ ବିଭାଗ ପକ୍ଷରୁ ପଠାଯାଉଛି । ମାତ୍ର ଯେଉଁ ନଡିଆ ଚାରା ଉଦ୍ୟାନ ବିଭାଗ ଯୋଗାଇ ଦେଲା ତାହା କେତେ ଟଙ୍କାର, ଏବଂ କେତେ ଦିନରେ ଫଳିବ, ସେ ଗଛ ଗୁଡିକ କିପରି ଅବସ୍ଥାରେ ରହିଛି ତାହା କେହି ଦେଖିଲେ ନାହିଁ । ଯେଉଁଦିନ ନଡିଆ ଚାରା ଆସିଲା ସେହି ଦିନ ଉଦ୍ୟାନ ବିଭାଗର ଅଧିକାରୀ ମାନଙ୍କର ମନଛୁଆଁ, ରାଜନେତା, ହୋ ହଲ୍ଲା କରୁଥିବା କିଛି ଚାଷୀଙ୍କୁ ନଡିଆ ଗଛ ଦେଇଦେଲେ । ତା ପରେ ନଡିଆ ଚାରା ପାଇଁ ଅଯୋଗ୍ୟ ଥିବା ନଡିଆ ଗଛ ଗୁଡିକକୁ ଯୋରଜବରଦସ୍ତ ନୀରିହ ନଡିଆ ଚାଷୀ ମାନଙ୍କୁ ଉଦ୍ୟାନ ବିଭାଗର ଅଧିକାରୀ ମାନେ ଦେଲେ । ଯେଉଁମାନେ ଏହି ଗଛ ନେବାକୁ ରାଜି ହେଲେ ନାହିଁ ସେମାନଙ୍କୁ ଅଧିକାରୀ କହିଲେ ଯେ ତମେ ଏହି ଯୋଜନାରୁ ବାଦ ପଡିବ ବୋଲି ଅଧିକାରୀ ନାଲି ଆଖି ଦେଖାଇଲେ । ଚାଷୀ ଭୟରେ ଭାଙ୍ଗି ଯାଇଥିବା ନଡିଆ ଗଛ ଗୁଡିକ ଗୋଟାଇକି ନେଲେ । ମାତ୍ର ଦୁଇ ଦିନ ପରେ ସେ ନଡିଆ ଗଛ ସବୁ ମରିଗଲା । ଏବେ ଯେଉଁମାନେ ହାତଗୁଞ୍ଜା ଦେଲେ ସେମାନଙ୍କ ଆକଉଣ୍ଟକୁ ଅର୍ଥ ପଠାଯାଉଛି ଯେଉଁ ମାନେ ନଡିଆ ଗଛ ଯୋଗାଇ ଦେବା ପାଇଁ ଜିଦ କରୁଛନ୍ତ୍ି ସେମାନଙ୍କ ଆକଉଣ୍ଟକୁ ଟଙ୍କା ଯାଉନାହିଁ ବୋଲି ନବଘନ ପ୍ରଧାନ, ରାମକୃଷ୍ଣ ମିଶ୍ର୍ର, ଅଶୋକ ମିଶ୍ର,ନକୁଳ ବେହେରା ପ୍ରମୁଖ ଏପରି ଅଭିଯୋଗ ମାନ ଆଣିଛ୍ନ୍ତି । ସେହିପରି ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂହ ସତ୍ୟବାଦୀ ବ୍ଳକ ଗସ୍ତ କରି ମନରୋଗା ଯୋଜନାରେ କରାଯାଇଥିବା ନଡିଆ ଚାଷ ଅନୁଧ୍ୟାନ କରିଥିଲେ । ମାତ୍ର ତାଙ୍କୁ ଉଦ୍ୟାନ ବିଭାଗ ଅଧିକାରୀ ମାନେ ଅନ୍ଦାର ମଧ୍ୟରେ ରଖାଯାଇଥିଲା ବୋଲି ନଡିଆ ଚାଷୀ ସଂଗଠନ ମାନେ ଅଭିଯୋଗ ଆଣିଛନ୍ତି । ଯେଉଁ ଚାଷୀ ମଲା ନଡିଆ ଗଛ ନେଲେ ସେମାନେ ଏବେ କେଉଁ ଯୋଜନାରେ ସାମିଲ ହେବେ ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ଅନ୍ୟ ପକ୍ଷେ ନଡିଆ ଚାଷୀ ସଂଗଠନ ପକ୍ଷରୁ ଅଭିଯୋଗ ହୋଇଛି ଯେ ନଡିଆ ଚାରା ଯୋଗାଣରେ ମହା ଦୁର୍ନୀତି କରାଯାଇଛି ତାହା ଭିଜିଲ୍ାନ୍ସସ ଦ୍ୱାରା ସଠିକ ତଦନ୍ତ କରିବା ପାଇଁ ଜିଲ୍ଲାପାଳଙ୍କ ପାଖରେ ଦାବି କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି