ଡେଲାଙ୍ଗରେ ଶାରଦୀୟ ବନ୍ଧୁ ମିଳନ ଓ ସାହିତ୍ୟ ଆସର ଅନୁଷ୍ଠିତ
ଡେଲାଙ୍ଗ ------ ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ କୋଭିଡ-୧୯ ଆଇନକୁ ମାନି ଶାରଦୀୟ ବନ୍ଧୁ ମିଳନ ଓ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ତ୍ରିନାଥ ପରିଡା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା କବି ଓ ପ୍ରଫେସର ଶଶାଙ୍କ ଚୁଡାମଣୀ ସଭାରେ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ସଭାରେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜଗନ୍ନାଥ ସଂସ୍କୃତି ଗବେଷକ ଶରତ ଚନ୍ଦ୍ର ରାଉତ ମୁଖ୍ୟବକ୍ତା , ଶିକ୍ଷାବିତ୍ ଜଟାଧାରୀ ପରିଡା ଓ ବଟକୃଷ୍ଣ ଜେନା ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ସାଂପ୍ରତିକ ସମାଜର ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଅତିଥି ମାନେ ନିଜ ନିଜ ମତ ରଖିଥଲେ । ଉକ୍ତ ଶାରଦୀୟ ବନ୍ଧୁ ମିଳନରେ ବୁଦ୍ଧଜୀବୀ ମାନେ ଯୋଗଦେଇଥିଲେ । କବିୟତ୍ରୀ ସୁଧାଶୁଂବାଳା ଜେନା ଓ ସରୋଜିନି ଜେନା ଓ ସାମାଜିକ କର୍ମୀ ପୂର୍ଣ୍ଣଚନ୍ଦ୍ର ଶତ୍ରୁଶଲ୍ୟ ପ୍ରମୁଖ ଉପସ୍ଥିତି ରହିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଶିକେଷ ବଳିୟୟାରସିଂ , ବୈଜୟନ୍ତି ହରିଚନ୍ଦନ, ସୂର୍ଯ୍ୟନାରାୟଣ ଜେନା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଧନ୍ୟବାଦ ଦେଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତ