Breaking News

ମାଙ୍କଡ କାମୁଡାରେ ୭ଜଣ ଆହତ

 ସତ୍ୟବାଦୀ -----ଏକ ମାଙ୍କଡ ପାଗେଲା ହେବା ଦ୍ୱାରା  ଲୋକ ମାନଙ୍କୁ ପଛପଟୁ ଆକ୍ରମଣ କରି ଲହୁଲୁହାଣ କରୁଥିବା ଜଣାପଡିଛି । ଏକୁଟିଆ ଦେଖି ମାଙ୍କଡଟି କାମୁଡି ଦେଇ  ଗଛକୁ ଚାଲି ଯାଉଛି ବୋଲି ଲୋକମାନେ କହନ୍ତି । ରଙ୍ଗଣିସାହି, ବାସୁକେରା ଓ ଗୋପାଳପୁରପାଟଣା ଗ୍ରାମର ପ୍ରାୟ ୭ଜଣ ଙ୍କୁ ମାଙ୍କଡ କାମୁଡିଥିବା ଜଣାପଡିଛି । ସମସ୍ତେ ସାକ୍ଷୀଗୋପାଳ ମେଡିକାଲରେ ପ୍ରାଥମିକ ଚିକିତ୍ସା ହୋଇ ଘରକୁ ଆସିଥିବା ଜଣାପଡିଛି । ତୁରନ୍ତ ଉକ୍ତ ମାଙ୍କଡକୁ ଜଙ୍ଗଲ ବିଭାଗ ଧରିକି ନେବା ପାଇଁ ଜନସାଧାରଣରେ ଦାବି କରଯାଉଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts