Breaking News

କାପସରା ଛକ ନିକଟରେ ଝୁଲନ୍ତା ଶବ ଉଦ୍ଧାର


କଳାହାଣ୍ଡି---- କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୬ ନମ୍ବର୍ ଜାତୀୟ ରାଜପଥ  କୂଟରୁ ଖମାର ,କାପସରା ଛକ ନିକଟ  ଏକ ଶୁଖିଲା ଗଛରେ ତନୁରଞ୍ଜନ ପୋଡ଼ଙ୍କ  ଝୁଲନ୍ତା ଶବ ପୋଲିସ ଉଦ୍ଧାର କରିଛି। ସୂଚନାଯୋଗ୍ୟଯେ  ମୃତକଙ୍କ ଘର କେସିଙ୍ଗା ଥାନା ଅନ୍ତର୍ଗତ ଲାଇତରା ପଞ୍ଚାୟତର ଦେଣ୍ଡଗୁଡା ଗ୍ରାମରେ ।   ତନୁରଞ୍ଜନ ପୋଡ଼ ବୟସ୪୫ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପିଅନ ଭାବେ କାର୍ଯ୍ୟରଥଥିଲେ  । ସିଏ ଗତ ଶୁକ୍ରବାର ଦିନ ରହୁଥିବା ଧର୍ମଗଡ଼ ଘରୁ ମାର୍କେଟକୁ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ୪ ଦିନ  ପରେ ଆଜି 26 ନମ୍ବର୍ ଜାତୀୟ ରାଜପଥ କୂଟରୁଖମାର ପଞ୍ଚାୟତ ,କାପସରା ଛକ ନିକଟରେ ଗୋଟିଏ ସୁଖାଗଛ ରେ ଝୁଲନ୍ତା ଶବ ଦେଖି  ଜନ ସାଧାରଣ ଙ୍କ ସହ ଗଣମାଧ୍ୟମ ପ୍ରତିନିଧି ସଦରପୋଲିସ ଅଧିକାରୀଙ୍କୁ ସୂଚନା ଦେଇଥିଲେ ।
ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଶବ ଉଦ୍ଧାରକରୀ ବ୍ୟବଚ୍ଛେଦ ପାଇଁ ଭବାନୀପାଟଣା ମୂଖ୍ୟ ଚିକିତ୍ସାଲୟକୁ ପଠାଇ ତଦନ୍ତ ଜରିରଖିଛନ୍ତି।
ପରିବାର ଲୋକେ ଆତ୍ମହତ୍ୟା ନୁହେଁ ହତ୍ୟା କରି ଗଛରେ ଝୁଲାଇଦେଛନ୍ତି ବୋଲି ଅଭିଯୋଗ କରୁଛନ୍ତି।
ହତ୍ୟା ନା ଆତ୍ମହତ୍ୟା ସନ୍ଦେହଘେରରେ ଏବେ ରହିଛି।

କଳାହାଣ୍ଡିରୁ ଜିଲ୍ଲା ପ୍ରତିନିଧି
ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ

Blog Archive

Popular Posts