Breaking News

ଅଳଗୁମରେ ବିଶ୍ୱଶାନ୍ତି ମହାରୁଦ୍ରାଭିଷେକ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ


 ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବାବା ଗତିଶ୍ୱର ଦେବଙ୍କ ମନ୍ଦିର ତଥା ମା ଜାଗେଶ୍ୱରୀଙ୍କ ପ୍ରାଙ୍ଗଣରେ  ବିଶ୍ୱଶାନ୍ତି ମହାରୁଦ୍ରାଭିଷେକ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ରୁଦ୍ରାଭିଷେକ ପରିଷଦ ଅଳଗୁମ ପକ୍ଷରୁ  ଆୟୋଜନ କରାଯାଇଥିଲା । ପ୍ରଥମେ ପରିଷଦର ସଭାପତି ସ୍ୱର୍ଗତ ପ୍ରଦୀପ୍ତ ପଣ୍ଡା ଙ୍କର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରର୍ଥନା କରାଯାଇଥିଲା ।  ପ୍ରତି ବର୍ଷ ଅଁଳାନବମୀ ଠାରୁ କାତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏହି ବିଶ୍ୱଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଥାଏ । ବିଶ୍ୱଶାନ୍ତି ମହାଯଜ୍ଞରେ ଅଳଗୁମ ସହିତ ଆଖପାଖ ଗ୍ରାମର ଶତାଧିକ ମହିଳା ପୁରଷ ଯୋଗ ଦେଉଥିଲେ । ଏ ବର୍ଷ ରାଜ୍ୟରେ ମହାମାରୀ କରୋନା ଯୋଗୁ କୋଭିଡ-୧୯ ଆଇନ ଅନୁଯାୟୀ ବିଶ୍ୱଶାନ୍ତି ମହାଯଜ୍ଞ କରାଯିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ଏହି ପ୍ରସ୍ତୁତି ବୈଠକରେ ପରିଷଦର ସମ୍ପାଦକ ଉପେନ୍ଦ୍ର ପଣ୍ଡା ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ. ଯୋଗେନ୍ଦ୍ର ନାୟକ, ଲକ୍ଷ୍ମୀଧର ପଣ୍ଡା, ଯଜାତି କେଶରୀ ରାୟ,  ସୁବାଷ ବିଶ୍ୱାଳ, ଅଜୟ କୁମାର ବିଶ୍ୱାଳ, ପ୍ରଫୁଲ କୁମାର ବିଶ୍ୱାଳ, ସଚ୍ଚିକାନ୍ତ ଜେନା, ନିରଞ୍ଜନ ବାରିକ ପ୍ରମୁଖ ଯୋଗଦେଇଥିଲେ । ପ୍ରଶାନ୍ତ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ । 
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts