ବେଆଇନ ପଥରଖଣି ଉପରେ ଚଡାଉ;ଥାନାରେ ମାମଲା ରୁଜ
ଡେଲାଙ୍ଗ ------ ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଝାରପଡା ଅଞ୍ଚଳରେ ବେଆଇନ ଭାବେ ପଥର କଟା ଯାଉଛି ବୋଲି ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାରିଆ ଖବର ପାଇ ସ୍ଥାନୀୟ ଆରଆଇଙ୍କ ସହିତ ତହସିଲଦାର ଚଡାଉ କରିଥିଲେ । ଚଡାଉ ସମୟରେ ପଥର ଖଣିରେ ପଥର କଟା ପାଇଁ ଥିବା ଏକ ପାୱାର ଟିଲର ଓ ଏକ ଟ୍ରାକ୍ଟର ରହିଥିଲା । ଏ ସମ୍ପର୍କରେ ଡେଲାଙ୍ଗ ଥାନାରେ ତହସିଲଦାର ଲିଖିତ ଅଭିଯୋଗ କରିବା ପରେ ଡେଲାଙ୍ଗ ଥାନାରେ ଏକ କେସରୁଜ ହୋଇଥିବା ଜଣାପଡିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି