ଡେଲାଙ୍ଗ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଡାଉ; ଦେଶି ଓ ବିଦେଶି ମଦ ଜବତ, ସାତଜଣ ଗିରଫ
ଡେଲାଙ୍ଗ ----- ଡେଲାଙ୍ଗ ଥାନା ପକ୍ଷରୁ ଦେଶି ଓ ବିଦେଶି ମଦ ଜବତ କରିବା ସହ ସାତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଠାରୁ ସୁଚନା ଅନୁସାରେ ସାନଗୁଆଳିପଡା ଗ୍ରାମର ମହେଶ୍ୱର ପ୍ରଧାନ( ୩୦) ଡେଲାଙ୍ଗ ଷ୍ଟେସନ ବଜାରରେ ଦେଶି ମଦ ବିକ୍ରୟ କରୁଥିବା ଖବର ପାଇ ଥାନାର ଏସଆଇ ଉପେନ୍ଦ୍ର ନାଥ ଦାଶ ଚଡାଉ କରି ୩୦ଟି ବୋତଳ ଜବତ କରିବା ସହ ୧୭୦/୨ରେ ଏକ କେସରୁଜ କରି ତାଙ୍କୁ ଗିରଫ କରିଛନ୍ତି । ସେହିପରି ଗୁଣ୍ଠଳ ଗ୍ରାମର ରମେଶ ଚନ୍ଦ୍ର ବଳ ( ୨୮)ଙ୍କ ଘରୁ ୨୮ ଟି ହୁସ୍କି ସହିତ ୨୧ ଗୋଟି କିଙ୍ଗଫିସର ବିୟର ଜବତ କରିବା ସହ ଏଏସଆଇ ଏ ମହାପାତ୍ରଙ୍କ ଲିଖିତ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନା ୧୭୧/ ୨୦ରେ ଏକ କେସକରି ରମେଶଙ୍କୁ ଗିରଫ କରି କୋର୍ଟକୁ ପଠାଯାଇଛି । ଝାରପଡା ଗ୍ରାମର ଝାରପଡା ଛକରେ ବୈରାଗୀ ବେହେରାଙ୍କ ଷ୍ଟେସନାରୀ ଦେକାନ ଉପରେ ଚଡାଉ କରି ୩୫ ଗୋଟି ଦେଶି ମଦ ଜବତ କରିଛନ୍ତି । ଏସଆଇ ଏଲ ମହାରଣାଙ୍କ ଅଭିଯୋଗ କ୍ରମେ୧୭୨/୨୦ରେ ଏକ କେସରେ ତାଙ୍କୁ ଗିରଫ କରାଯାଇଛି । ଡେଲାଙ୍ଗ ଥାନା ବରପଦା ଗ୍ରାମର ବେଣୁଧର ବାରିକ ବରପଦା ଛକରେ କରିଥିବା ପାନ ଦେକାନ ଉପରେ ଡେଲାଙ୍ଗ ପୋଲିସ ଚଡାଉ କରି ୩୦ ଗୋଟି ଦେଶି ମଦ ଜବତ କରିଛନ୍ତି । ଏସଆଇ ଏଲ ମହାରଣାଙ୍କ ଅଭିଯୋଗ କ୍ରମେ୧୭୩/୨୦ରେ ଏକ କେସରେ ତାଙ୍କୁ ଗିରଫ କରାଯାଇଛି । ଥାନା କେସନଂ- ୧୭୪/୨୦ରେ କନେଷ୍ଟବଳନଂ-୨୭ ଅକ୍ଷୟ କୁମାର ଦାସଙ୍କ ଅଭିଯୋଗ କ୍ରମେ ଟାଙ୍ଗିଭଁସର ଗ୍ରାମର ପ୍ରେମାନନ୍ଦ ସାମଲ ସ୍କୁଟି ଯୋଗେ ବିଦେଶି ମଦ ନେଇକି ଯାଉଥିବା ଖବର ପାଇ ଗାଡି ଅଟକାଇ ଚେକ କରିବା ସମୟରେ ଗାଡି ଡିକିରୁ ୨୫ ଗୋଟି ରମ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲଣା କରାଯାଇଥିବା ଜଣାପଡିଛି । ଟାଙ୍ଗିଭଁସର ଗ୍ରାମର ଚନ୍ଦନ ନାୟକ ଗ୍ରାମ ଛକରେ ପାନ ଦେକାନ ଉପରେ ଚଡାଉ କରାଯାଇ ୩୩ ବୋତଳ ଦେଶି ମଦ ଜବତ କରାଯାଇଛି । କନେଷ୍ଟବଳନଂ-୭୩୮ ମହମ୍ମଦ ମନସୁରଙ୍କ ଅଭିଯୋଗ କ୍ରମେ ୧୭୫/୨୦ରେ ଏକ କେସରୁଜ କରି ଚନ୍ଦନଙ୍କୁ ଗିରଫ କରାଯାଇଛି । ସେହିପରି ଟାଙ୍ଗିଭଁସର ଗ୍ରାମର ସୁଦର୍ଶନ ସାହୁ ଟାଙ୍ଗିଭଁସର ଗ୍ରାମ ଛକରେ ଚା ଦେକାନ କରିଛନ୍ତି । ହୋମଗାର୍ଡନଂ- ୨୫୬ରବୀନ୍ଦ୍ର କୁମାର ଦାସଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ପୋଲିସ ଚା ଦେକାନ ଉପରେ ଚଡାଉ କରି ୩୦ ବୋତଳ ଆସ୍କାଫଟି ଜବତ କରିବା ସହ ୧୭୬/୨୦ରେ ଏକ ଅବକାରୀ କେସରୁଜ କରି ସୁଦର୍ଶନଙ୍କୁ ଗିରଫ କରି ତାଙ୍କୁ ଆଜି କୋର୍ଟକୁ ପଠାଯାଇଥିବା ଜଣାପଡିଛି । ଏହି ଚଡାଉ ଯୋଗୁ ଡେଲାଙ୍ଗରେ ଚୋରା ମଦ କାରବାର କରୁଥିବା ବେପାରୀ ମାନଙ୍କ ମନରେ କୋକୁଆଜାତ ସୃଷ୍ଟି ହୋଇଛି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି