Breaking News

ମହାବାତ୍ୟାର ୨୧ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟରେ ବୃକ୍ଷ ରୋପଣ


 ସାକ୍ଷୀଗୋପାଳ ----  ମହାବାତ୍ୟାର ୨୧ ବର୍ଷ ପୂର୍ତ୍ତି ଅବସରରେ ପୁରୀ ଜିଲ୍ଲାର ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ  ବଉଳ ବୃକ୍ଷ ଚାରାରୋପଣ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ଭବମ୍ ପ୍ରଧାନ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ବିଜୟ କୁମାର ପରିଡା, ସତ୍ୟବାଦୀ ଦାଶ, ପ୍ରଶାନ୍ତ କୁମାର ତ୍ରିପାଠୀ, ମନୋରଞ୍ଜନ ନାଥ, ମୃତ୍ୟୁଞ୍ଜୟ ମହାପାତ୍ର, ବସନ୍ତ କୁମାର ସ୍ୱାଇଁ, ଶିଖର ମହାପାତ୍ର, ନାରାୟଣ ମହାଜନଙ୍କ ସହିତ ବିଦ୍ୟାଳୟର ପରିଚାଳନ କମିଟିର ସଭାପତି ସନାତନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।  ମହାମାରୀ କରୋନା ଯୋଗୁ ବିଦ୍ୟାଳୟ  ଛୁଟି ରହିଛି । ଏଥିଯୋଗୁ ଗଣ ମାଧ୍ୟମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରମତି ପ୍ରଧାନ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଛାତ୍ର ମାନଙ୍କୁ ବାର୍ତ୍ତା ଦେଇଛନ୍ତି । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts