ନାଟ୍ୟ କଳାକାର ଲଳିତ ଚରଣ ସୁନାନୀ ଙ୍କ ପରଲୋକ
ଧର୍ମଗଡ଼ ----ଧର୍ମଗଡ଼ ବ୍ଲକ ଡୁମେରଗୁଡା ପଂଚାୟତ ବାନଜୀପଦର ଗ୍ରାମର ଲଳିତ ଚରଣ ସୁନାନୀ ( ୫୫ )ଙ୍କ ଅକାଳ ବିୟୋଗ ହୋଇଯାଇଛି l ଧର୍ମଗଡ଼ ଉପଖଣ୍ଡ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେ ଜଣେ ନାଟ୍ୟ କଳାକାର ଭାବେ ଅଂଚଳରେ ଲୋକପ୍ରିୟ ଥିଲେ । ସୀତାଚୋରି, ଲବକୁଶ ଜନ୍ମ ଓ ଦାନବୀର ହରିଶ୍ଚନ୍ଦ୍ର ନାଟକରେ ସେ କରିଥିବା ସୀତା ଓ ସବ୍ୟା ଭୂମିକା ପାଇଁ ସେ ବେଶ ପ୍ରଶଂସା ସାଉଁଟି ଥିଲେ । ଦୀର୍ଘ ୨୫ ବର୍ଷ ପର୍ଯ୍ୟନ୍ତ ନାଟ୍ୟ ଜଗତରେ ସକ୍ରିୟ ଥାଇ ପ୍ରାୟ ୩୦୦ ଟି ମଞ୍ଚରେ ଅଭିନୟ କରିଥିଲେ । କଳାହାଣ୍ଡି ସମେତ ପଡୋଶୀ ନବରଙ୍ଗପୁର ଓ ବଲାଙ୍ଗୀର ଜିଲା ବ୍ୟତୀତ ଛତିଶଗଡର ବିଭିନ୍ନ ସ୍ଥାନରେ ନାଟକ ପରିବେଷଣ କରିଥିଲେ । ତାଙ୍କ ଅକାଳ ବିୟୋଗରେ ନିଜ ଗାଁ ତଥା ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
କଳାହାଣ୍ଡି ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ