ଜଟଣୀ ତହସିଲ ଦ୍ୱାରା ବେଆଇନ ପଥର ବୋଝେଇ ଆଠଟି ଟ୍ରକ ଜବତ
-
ଜଟଣୀ -ଜଟଣୀ ସହରରେ ବେଆଇନ ଭାବେ ଚୋରା ପଥର ଚାଲାଣ ହୋଇଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଜଟଣୀ ତହସିଲ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ଧରପଗଡ଼ ଆରମ୍ଭ ହୋଇଛି । ତହସିଲଦାର ତପନ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏଥିରେ ବେଆଇନ ଭାବେ ପଥର ବୋଝେଇ ୮ ଟି ଟ୍ରକକୁ ଜବତ କରାଯାଇଥିଲା । ଜବତ ଟ୍ରାକଗୁଡିକ ଠାରୁ ଜୋରିମାନା ଆଦାୟ କରି ଛଡାଯିବ ବୋଲି ତହସିଲଦାର ଶ୍ରୀ ମହାପାତ୍ର କହିଛନ୍ତି ।

ଜଟଣୀ --ରଙ୍ଗନାଥ ବେହେରା